୬୦ ବର୍ଷରେ ରୂପାଲିଙ୍କ ହାତ ଧରିଲେ ଆଶିଷ ବିଦ୍ୟାର୍ଥୀ
ବଲିଉଡର ଜଣାଶୁଣା ଖଳନାୟକ ଆଶିଷ ବିଦ୍ୟାର୍ଥୀ ପୁଣିଥରେ ବିବାହ କରିଛନ୍ତି । ୬୦ ବର୍ଷ ବୟସରେ ଆଶିଷଙ୍କ ଏହା ଦ୍ବିତୀୟ ବିବାହ । ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ, ମାଲାୟାଲମ ଏବଂ ଅନ୍ୟାନ୍ୟ ଅନେକ ଆଞ୍ଚଳିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଏହି ଅଭିନେତା ପୁଣି ଥରେ ରୁପାଲିଙ୍କ ପ୍ରେମରେ ପାଗଳ ହୋଇଛନ୍ତି। ଆସାମ ଗୌହାଟୀର ରୁପାଲୀ ବୋରାଙ୍କ ସହ କୋର୍ଟ ମ୍ୟାରେଜ କରିଛନ୍ତି । କୋଲକାତାରେ ରୂପାଲୀଙ୍କର ଏକ ଫ୍ୟାଶନ ଷ୍ଟୋର ରହିଛି ।
ଏହି ବିବାହରେ ଦୁଇଟି ଭିନ୍ନ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା । ରୂପାଲି ଆସାମର ପାରମ୍ପାରିକ ବେଶଭୂଷା ମେଖଲା ଚାଦର ଶାଢୀରେ ନଜର ଆସିଥିବା ବେଳେ ଆଶିଷ କେରଳର ଧଳା ଓ ସୁନେଲି ରଙ୍ଗର ମୁଣ୍ଡୁ ପିନ୍ଧିଥିଲେ । ସେହିପରି ରୂପାଲି ଦକ୍ଷିଣ ଭାରତୀୟ ଷ୍ଟାଇଲରେ ଟେମ୍ପୁଲ ଜୁଏଲରୀରେ ନଜର ଆସିଥିଲେ । ଆଶିଷ ଓ ରୁପାଲିଙ୍କ ପରିବାର ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ଆଶିଷ ଅଭିନେତ୍ରୀ ଶକୁନ୍ତଳା ବୋରାଙ୍କ ଝିଅ ରାଜଶୀଙ୍କୁ ବିବାହ କରିଥିଲେ ।
Powered by Froala Editor