କଟୁରୀରେ ସ୍ତ୍ରୀ ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଲା ସ୍ଵାମୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମରେ ସ୍ତ୍ରୀର ମୁଣ୍ଡ କାଟି ଘରକୁ ନେଇ ଆସିଲା ଜହ୍ଲାଦ ସ୍ଵାମୀ। କାଶୀନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଵାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, କାଶୀନଗର ଥାନା ଅନ୍ତର୍ଗତ ସାରା ଗ୍ରାମର ଚନ୍ଦ୍ରଶେଖର କାର୍ୟି ଓ ତାଙ୍କ ସ୍ତ୍ରୀ ଉର୍ମିଳା କାର୍ୟି ଗୁରୁବାର ସକାଳେ ବଗଡକୁ ଚାଷ କରିବା ପାଇଁ ଯାଇଥିଲେ। ଏତିକି ବେଳେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଉଗ୍ରରୂପ ନେଇଥିଲା। ଫଳରେ ଉତକ୍ଷିପ୍ତ ସ୍ଵାମୀ ଚନ୍ଦ୍ରଶେଖର ଧରିଥିବା କଟୁରୀରେ ସ୍ତ୍ରୀ ଉର୍ମିଳା ମୁଣ୍ଡକୁ ଗଣ୍ଡିରୁ ଅଲଗା କରିଦେଇଥିଲା। ଏହାପରେ ଘଟଣାସ୍ଥଳରେ ଗଣ୍ଡିକୁ ଛାଡ଼ିଦେଇ କଟା ମୁଣ୍ଡକୁ ସାଙ୍ଗରେ ଧରି ଚନ୍ଦ୍ରଶେଖର ଘରକୁ ଆସିଥିଲା। ଖବର ପାଇ କାଶୀନଗର ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ଵାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି। ଚନ୍ଦ୍ରଶେଖର ଏବଂ ଉର୍ମିଳାଙ୍କ ବିବାହ ୪ ବର୍ଷ ହେଲା ହୋଇଥିଲେ ମଧ୍ୟ ପାରିବାରିକ କଳହ ଲାଗି ରହିଥିଲା। ଯାହାର କରୁଣ ପରିଣତି ଆଜି ଦେଖିବାକୁ ମିଳିଛି।
Powered by Froala Editor