ଝାଳ ବୋହିବା ପଛରେ ଅଛି ଅନେକ କାରଣ
ଖରାଦିନେ ସମସ୍ତଙ୍କର ଝାଳ ବୋହିଥାଏ। ବେଳେବେଳେ ଏହି ଝାଳ ଖୁବ୍ ଦୁର୍ଗନ୍ଧ ମଧ୍ୟ ହୋଇଥାଏ। ଯଦ୍ୱାରା ଅପ୍ରୀତିକର ପରିସ୍ଥିତି ଉପୁଜିଥାଏ। ବିଶେଷଜ୍ଞଙ୍କ ମତରେ, ଶରୀରରୁ ଝାଳ ବୋହିବା ପଛରେ ମଧ୍ୟ ଅନେକ କାରଣ ରହିଥାଏ। ପ୍ରଥମତଃ, ଯଦି କୌଣସି ବ୍ୟକ୍ତି ଅତ୍ୟଧିକ ଶାରୀରିକ ପରିଶ୍ରମ କରିଥାନ୍ତି, ତା’ହେଲେ ତାଙ୍କ ଦେହରୁ ଝାଳ ବୋହିଥାଏ। ଦ୍ୱିତୀୟରେ ମେଦବହୁଳତାର ଶିକାର ହୋଇଥିଲେ ବି ଶରୀରରୁ ଝାଳ ବୁଏ।
ସେହିପରି ଅଧିକ ତେଲ, ମସଲାଯୁକ୍ତ କିମ୍ବା ରାଗ ଖାଦ୍ୟ ଖାଇବାକୁ ଭଲ ପାଉଥିବା କିଛି ଲୋକଙ୍କଠାରେ ମଧ୍ୟ ଝାଳ ବୋହିବା ସମସ୍ୟା ଦେଖାଯାଇଥାଏ। ହର୍ମୋନ୍ ଇମ୍ବାଲାନ୍ସ ହେବା ବି ଝାଳ ବୋହିବାର ଆଉ ଏକ କାରଣ ହୋଇଥାଏ। ସେହିପରି ବଂଶାନୁଗତ ଭାବେ ବି ଏହି ସମସ୍ୟା ଦେଖାଯାଇଥାଏ ବୋଲି ଅନେକେ ମତ ଦେଇଥାନ୍ତି। ତେବେ ଏଭଳି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛିଟା ସହଜ ଉପଚାର ମଧ୍ୟ ରହିଛି। ଯେମିତିକି: ପ୍ରତିଦିନ ପରିଷ୍କାର ହୋଇ ଗାଧୋଇବା ସହ ଭଲ ବ୍ରାଣ୍ଡର ବଡି ସ୍ପ୍ରେ ବ୍ୟବହାର କରିବା, ଡାଏଟ୍ରେ ଅଧିକ ମାତ୍ରାରେ ସତେଜ ପନିପରିବା ଏବଂ ଫଳମୂଳ ଖାଇବା, ପାଦକୁ ପରିଷ୍କାର ରଖିବା ସହ ପ୍ରତିଦିନ ପିନ୍ଧୁଥିବା ସକ୍ସକୁ ସଫା କରିବା, ତେଲ, ମସଲାଯୁକ୍ତ ତଥା ରାଗ ଖାଦ୍ୟ ଯେତେ ସମ୍ଭବ କମ୍ ଖାଇବା, ଖରାଦିନେ ଢିଲା କଟନ୍ ପୋଷାକ ପିନ୍ଧିବା ସହ ପ୍ରଚୁର ପରିମାଣରେ ପାଣି, ଫ୍ରୁଟ୍ ଜୁସ୍ ଆଦି ପିଇବା ଦରକାର।
Powered by Froala Editor