ଦୁର୍ଘଟଣାରେ ଟେଲି ଅଭିନେତ୍ରୀଙ୍କ ମୃତ୍ୟୁ
‘ସାରାଭାଇ ଭର୍ସେସ ସାରାଭାଇ’ରେ ଜୈସ୍ମିନ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ବୈଗବି ଉପାଧ୍ୟାୟଙ୍କର ଏକ କାର ଆକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିବା ଜଣାପଡିଛି। ମାତ୍ର ୩୨ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଚଣ୍ଡିଗଡ଼ରେ ରହୁଥିବା ତାଙ୍କ ପରିବାର ମୃତ ଶରୀରକୁ ମୁମ୍ବାଇ ଆଣିବା ସହ ସେଠାରେ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡିଛି।
ସୂଚନା ଅନୁସାରେ ହିମାଚଳ ପ୍ରଦେଶର କୁଲ୍ଲୁରେ ଏକ ସଡ଼କ ଦୁର୍ଘଟଣାରେ ବୈଭବୀଙ୍କ ପରଲୋକ ହୋଇଛି । ବୈଭବୀ ତାଙ୍କ ଭାବି ସ୍ୱାମୀଙ୍କ ସହିତ କାର୍ରେ ଫେରୁଥିବାବେଳେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ଏଭଳି ଦୁର୍ଘଟଣା ହୋଇଛି ।
ବୈଭବୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କର ସହଯୋଗୀ ମାନେ ସୋସିଅଲ ମିଡିଆରେ ଫଟୋ ଏବଂ ଭିଡ଼ିଓ ଶେୟାର କରି ଶୋକ ପ୍ରକାଶ କରୁଛନ୍ତି । ପ୍ରସିଦ୍ଧ ପ୍ରଯୋଜକ ଜେଡି ମଜିଠିୟା ବୈଭବୀଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରି ସୋସିଅଲ ମିଡିଆରେ ଲେଖିଛନ୍ତିଯେ ବିଶ୍ୱାସ ହଉନିଯେ, ଜୀବନ ଏତେ ଅନ୍ପ୍ରେଡିକ୍ଟେବଲ ହୋଇପାରେ । ଅଭିନେତ୍ରୀଙ୍କ ମୃତ୍ୟୁ ଖବର ଶୁଣିବା ପରେ ତାଙ୍କ ମର ଶରୀରକୁ ଦେଖିବା ପାଇଁ ବନ୍ଧୁ ପରିଜନ ଏବଂ ଟେଲି ଇଣ୍ଡଷ୍ଟ୍ରି କଳାକାରଙ୍କ ଭିଡ଼ ଜମୁଛି ।
ଏକାଧିକ ଧାରାବାହିକରେ କାମ କରିଛନ୍ତି ବୈଭବୀ । କିନ୍ତୁ ସାରାଭାଇ ଭର୍ସେସ୍ ସାରାଭାଇରେ ସେ ଲୋକପ୍ରିୟତା ହାସଲ କରିଥିଲେ ।
Powered by Froala Editor