ତଣ୍ଟିରେ ଲାଖିଗଲା ଚକୋଲେଟ, ଚାଲିଗଲା ୪ ବର୍ଷ ଶିଶୁର ଜୀବନ
ସାଧାରଣ ଚକୋଲେଟ ପାଇଁ ଚାଲିଗଲା ୪ ବର୍ଷ ଶିଶୁର ଜୀବନ । ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରୁ ଏ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ମୃତ ଶିଶୁର ନାମ ସାନିୟାଲ ବୋଲି ଜଣାପଡ଼ିଛି।
ରବିବାର ସନ୍ଧ୍ୟାରେ ସାନିୟାଲ ତାର ଜେଜେବାପାଙ୍କୁ ଚକଲେଟ ଦେବାକୁ ଜିଦ କରିଥିଲା। ଜେଜେବାପା ନାତିକୁ ଚକଲେଟ କିଣି ଦେଇଥିଲେ। କିନ୍ତୁ ଚକଲେଟଟି ସାନିୟାଲର ଗଳାରେ ଫସି ଯାଇଥିଲା। ଫଳରେ ତାକୁ ନିଶ୍ବାସ-ପ୍ରଶ୍ବାସ ନେବାରେ ଅସୁବିଧା ହୋଇଥିଲା। ବାପା ଓ ମା’ ପୁଅ ସାନିୟାଲକୁ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା। ଏ ଘଟଣା ପରେ ବାପା ମା’ ଚେତାଶୂନ୍ୟ ହୋଇପଡୁଛନ୍ତି । ପରିବାରରେ ଶୋକ ଖେଳିଯାଇଛି । ଗୋଟିଏ ମାତ୍ର ସନ୍ତାନକୁ ହରାଇ ପୂରା ପରିବାର ଭାଙ୍ଗି ପଡିଛନ୍ତି ।
Powered by Froala Editor