ପୁଲିସ୍ କୁ ଧମକ, ମୁଁ ମୁମ୍ବାଇକୁ ଉଡାଇଦେବି
ମୁମ୍ବାଇକୁ ବୋମାରେ ଉଡାଇଦେବାକୁ ପୁଲିସ୍ କୁ ଧମକ ମିଳିଛି। ଜଣେ ବ୍ୟକ୍ତି ଟୁଇଟର ମାଧ୍ୟମରେ ଏହି ଧମକ ଦେଇଥିବା ଜଣାପଡିଛି। ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ମୁମ୍ବାଇ ପୁଲିସ୍ ର ଟୁଇଟର ଆକାଉଣ୍ଟକୁ ଏକ ବାର୍ତ୍ତା ପଠାଯାଇଥିଲା, ଯେଉଁଥିରେ ଲେଖାଥିଲା ଯେ ମୁଁ ଖୁବ୍ଶୀଘ୍ର ମୁମ୍ବାଇକୁ ବିସ୍ଫୋରଣରେ ଉଡାଇଦେବି। ସବୁ କିଛି ଛାରଖାର ହୋଇଯିବ ।’ ଏହି ବାର୍ତ୍ତା ଇଂରାଜୀ ଭାଷାରେ ଲେଖାଯାଇ ପଠାଯାଇଥିଲା। ଏହି ବାର୍ତ୍ତାକୁ ଗମ୍ଭୀରତାର ସହ ଗ୍ରହଣ କରି ମୁମ୍ବାଇ ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ଏଥିସହ ଟ୍ୱିଟ କରିଥିବା ବ୍ୟକ୍ତିଙ୍କ ଆକାଉଣ୍ଟରୁ ତାଙ୍କ ସବିଶେଷ ତଥ୍ୟ ବାହାର କରିଥିଲା ପୁଲିସ୍। ଏହାପରେ ପୁଲିସ୍ ତୁରନ୍ତ ତାଙ୍କୁ ଉଠାଇ ଆଣି ପଚରାଉଚରା କରୁଛି। ତେବେ ଏ ଯାଏ ବୋମାର କିଛି ସନ୍ଧାନ ମିଳିପାରିନି।
Powered by Froala Editor