ପାଇପ୍ ଗୋଦାମରେ ଭୟଙ୍କର ନିଆଁ
ସମ୍ବଲପୁର: ସମ୍ବଲପୁର ସହର ଉପକଣ୍ଠ ଗୁଣ୍ଡେରପୁର ଛକରେ ଥିବା ଏକ ପାଇପ୍ ଗୋଦାମରେ ନିଆଁ ଲାଗିଯାଇଛି । ସକାଳ ପ୍ରାୟ ସାଢ଼େ ୯ଟା ବେଳକୁ ଗୋଦାମରେ କୌଣସି କାରଣରୁ ନିଆଁ ସଂଯୋଗ ହୋଇଥିଲା । ଚାହୁଁ ଚାହୁଁ ଏହା ଭୟଙ୍କର ଭାବେ ସମଗ୍ର ଗୋଦାମରେ ଥିବା ସବୁ ପାଇପକୁ ଜାଳିଦେଇଥିଲା । ଫଳରେ ସମଗ୍ର ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ବେଳେ ଲୋକେ ଅଣନିଃଶ୍ବାସୀ ଅନୁଭବ କରୁଛନ୍ତି । ସେପଟେ ଅଗ୍ନିଶମ ବିଭାଗ ପହଞ୍ଚି ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି ।
Powered by Froala Editor