ଆଜି ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ ବାତିଲ
ଭୁବନେଶ୍ୱର: ସୋମବାର ବାତିଲ ରହିବ ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ । ରବିବାର ବନ୍ଦେ ଭାରତ ଏକ୍ସପ୍ରେସ୍ ବିଳମ୍ବରେ ପହଞ୍ଚି ଥିବାରୁ ସୋମବାର ବନ୍ଦ ରହିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ରବିବାର ଯାଜପୁର ବୈତରଣୀ ରୋଡ୍ ନିକଟରେ ବନ୍ଦେ ଭାରତ ଏକ୍ସପ୍ରେସରେ କାଳ ବୈଶାଖୀ ଯୋଗୁଁ ଗଛ ପଡ଼ି ସାମ୍ନା କାଚ ଭାଙ୍ଗିବା ସହିତ ବିଳମ୍ବ ହେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି ।
Powered by Froala Editor