୨୦୦ ଫୁଟ୍ ବୋରୱେଲରୁ ଉଦ୍ଧାର ହେଲା ୯ବର୍ଷର ନାବାଳକ
ଶନିବାର ସକାଳ ୭ଟା ବେଳେ ରାଜସ୍ଥାନ ଜୟପୁର ଅନ୍ତର୍ଗତ ଭୋଜପୁରାରେ ଜଣେ ୯ବର୍ଷର ନାବାଳକ ୨୦୦ ଫୁଟ୍ ଗଭୀର ଏକ ବରୋୱେଲର ଗାତ ଭିତରକୁ ଗଳିପଡିଥିଲେ । ହେଲେ ୭୦ ଫୁଟ ତଳେ ପିଲାଟି ଲାଖି ଯାଇଥିଲା । ଉଦ୍ଧାରକାରୀ ଦଳର ପ୍ରାୟ ୭ ଘଣ୍ଟାର ପରିଶ୍ରମ ପରେ ହୋଇଛି ଉଦ୍ଧାର ନାବାଳକ । ଉଦ୍ଧାରକାରୀ ଦଳ ଏକ ଲୁହା ଜାଲ ସହାୟତାରେ ପିଲାଟିକୁ ଉଦ୍ଧାର କରିଛନ୍ତି ।
୯ବର୍ଷର ନାବାଳକ ଲକି ଚତୁର୍ଥ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି । ମାମୁ ଘରକୁ ବୁଲି ଆସିଥିବାବେଳେ ଲକି ସକାଳ ୭ଟାରେ ଖୋଲା ବୋରଓ୍ବେଲରେ ଖସିପଡିଥିଲା । ପ୍ରାୟ ୭୦ ଫୁଟ ଗଭୀରରେ ନାବାଳକଟି ଲାଖିଯାଇଥିଲା। ସୂଚନା ପାଇବା ପରେ ସକାଳ ୮ଟାରେ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଂଚି ସିସିଟିଭି ମାଧ୍ୟମରେ ଲକିକୁ ଦେଖି ଦୀର୍ଘ ୭ଘଣ୍ଟା ପରେ ଲକିକୁ ଉଦ୍ଧାର କରିଛନ୍ତି । ଏନଡିଆରଏଫ ଓ ଏସଡିଆରଏଫ ବାହିନୀର ଉଦ୍ୟମ ପରେ ତାକୁ କରାଯାଇଛି ଉଦ୍ଧାର ।
Powered by Froala Editor