ନିକୋବର ଦ୍ବୀପ ଛୁଇଁଲା ମୌସୁମୀ
ନିକୋବର ଦ୍ବୀପ ଛୁଇଁଲା ମୌସୁମୀ ବାୟୁ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଶୁକ୍ରବାର ଅର୍ଥାତ୍ ମେ ୧୯ ତାରିଖରେ ନିକୋବର ଦ୍ବୀପ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗର ଛୁଇଁଛି । ଏ ସଂପର୍କରେ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ଆଗାମୀ ୩/୪ ଦିନ ପର୍ଯ୍ୟନ୍ତ ଆଗକୁ ବଢ଼ିବାକୁ ପାଗ ଅନୁକୂଳ ସୂଚନା ମିଳିଛି। ୩-୪ ଦିନର ଦକ୍ଷିଣ-ପଶ୍ଚିମ ମୌସୁମୀ ସମଗ୍ର ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ, ଦକ୍ଷିଣ ବଙ୍ଗୋପସାଗରର ଆଉ କିଛି ଅଂଶ, ସମଗ୍ର ଆଣ୍ଡାମାନ ସାଗର ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।
କିଛିଦିନ ତଳେ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା ଯେ ଆସନ୍ତା ଜୁନ ୪ ତାରିଖରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବ। ତେବେ ପାଣିପାଗ ସୂଚନା ଅନୁସାରେ ମୌସୁମୀ ୪ ଦିନ ଆଗୁଆ କିମ୍ବା ୪ ଦିନ ବିଳମ୍ବରେ ଆସିପାରେ । ସେପଟେ ଆଣ୍ଡାମାନ ନିକୋବର ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ବାତ୍ୟା ମୋକା ଯୋଗୁଁ ଏବର୍ଷ ମୌସୁମୀରେ ବ୍ୟାଘାତ ସୃଷ୍ଟି ହେବାର ଆଶଙ୍କା କରାଯାଉଥିଲା । କିନ୍ତୁ ମୌସୁମୀ ଆରମ୍ଭ ହେବା ପୂର୍ବରୁ ବାତ୍ୟା ଚାଲିଯାଇଥିବାରୁ ଏହାର ବିଶେଷ ପ୍ରଭାବ ମୌସୁମୀ ଉପରେ ପଡ଼ିନାହିଁ ।
Powered by Froala Editor