କୁନୋ ନ୍ୟାସନାଲ ପାର୍କ ପ୍ରଯୁଜ୍ୟ ନୁହେଁ, ଚିତାଙ୍କୁ ରାଜସ୍ଥାନ ସ୍ଥାନାନ୍ତର କର : ସୁପ୍ରିମକୋର୍ଟ
ଦକ୍ଷିଣ ଆଫ୍ରିକା ଏବଂ ନାମିୟାରୁ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଇଥିବା ଚିତାଙ୍କ ମଧ୍ୟରୁ ତିନି ଚିତାଙ୍କ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ଉଦ୍ବେଗ ପ୍ରକାଶ କରିଛନ୍ତି । ଏହାସହିତ ସେମାନଙ୍କୁ ରାଜସ୍ଥାନ ସ୍ଥାନାନ୍ତରଣ କରିବା ପ୍ରସ୍ତାବ ଉପରେ ବିଚାର କରିବା ଲାଗି ଗୁରୁବାର ଦିନ ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି।
ଜଷ୍ଟିସ ବି.ଆର. ଗଭାଇ ଓ ଜଷ୍ଟିସ ସଞ୍ଜୟ କାରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଭିନ୍ନ ବିଶେଷଜ୍ଞ ଓ ତଥ୍ୟକୁ ଆଧାର କରି ଚିତାମାନଙ୍କୁ ସ୍ଥାନାନ୍ତର କରିବା ଲାଗି ପରାମର୍ଶ ଦେଇଛନ୍ତି । ଅଧିକ ସଂଖ୍ୟକ ଚିତାଙ୍କ ଲାଗି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କ ପ୍ରଯୁଜ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି । ତେଣୁ ସେମାନଙ୍କୁ ଅନ୍ୟ ଅଭୟାରଣ୍ୟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ଚିନ୍ତା କରିବା ଆବଶ୍ୟକ ରହିଛି ବୋଲି କହିଛନ୍ତି ।
ଦକ୍ଷିଣ ଆଫ୍ରିକା ଏବଂ ନାମିୟାରୁ ମଧ୍ୟପ୍ରଦେଶର ‘କୁନୋ ଜାତୀୟ ଉଦ୍ୟାନ’କୁ ସ୍ଥାନାନ୍ତରିତ ହେବାର ୨ ମାସ ମଧ୍ୟରେ ୩ଟି ଚିତା ମୃତ୍ୟୁ ଘଟଣାରେ ବିସ୍ମିତ ହୋଇଥିବା ସୁପ୍ରିମ୍ କୋର୍ଟ କେନ୍ଦ୍ର ସରକାରଙ୍କୁ ଆହୁରି ମଧ୍ୟ ପରାମର୍ଶ ଦେଇ କହିଛନ୍ତି ଯେ, ଚିତା ସ୍ଥାନାନ୍ତରଣ ପ୍ରସଙ୍ଗରେ ରାଜନୈତିକ ବିଚାରବୋଧ ରଖା ନଯିବା ଉଚିତ।
ଚିତାଙ୍କ ମୃତ୍ୟୁର କାରଣ ସମ୍ପର୍କରେ ଟାକ୍ସଫୋର୍ସ ଅନୁଧ୍ୟାନ କରୁଛି ଏବଂ ସେମାନଙ୍କୁ ଅନ୍ୟତ୍ର ନେବା ଲାଗି ଯୋଜନା ଚାଲିଛି ବୋଲି କହିଥିଲେ ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ବର୍ଯ୍ୟା ଭଟ୍ଟି ।
Powered by Froala Editor