ବାନ୍ଧବୀଙ୍କୁ ମାରି ଆତ୍ମହତ୍ୟ କଲେ ଛାତ୍ର : ପ୍ରଥମେ ଆଲିଙ୍ଗନ କଲେ, ଗୁଳି ମାରିଦେଲେ
ଉତ୍ତର ପ୍ରଦେଶର ଗୋଟିଏ ବିଶ୍ୱବିଦ୍ୟାଳୟରେ ବୀଭତ୍ସ ଘଟଣା ଘଟିଛି। ଗ୍ରେଟର ନୋଏଡାର ଶିବ ନାଦର ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ର ତାଙ୍କ ବାନ୍ଧବୀଙ୍କୁ ହଠାତ୍ ମାରି ନିଜେ ଆତ୍ମହତ୍ୟା କରିଛନ୍ତି । ସମସ୍ତଙ୍କ ସାମନାରେ ଏ ଘଟଣା ହଠାତ୍ ଘଟିଥିବାବେଳେ କେହି କିଛି କରିପାରିନଥିଲେ ।
କ୍ୟାମ୍ପସ ଭିତରେ ଡାଇନିଂ ହଲ ନିକଟରେ ଛିଡ଼ା ହୋଇ କଥା ହେଉଥିଲେ +୩ ତୃତୀୟ ବର୍ଷ(ସୋସିଓଲୋଜି)ର ଛାତ୍ର ଅନୂଜ ଓ ତାଙ୍କ ବନ୍ଧୁ ନେହା ଚୌରାସିୟା। କିଛି ସମୟ କଥାବାର୍ତ୍ତା ପରେ ଉଭୟ ପରସ୍ପରକୁ ଆଲିଙ୍ଗନ କରିଥିଲେ। ଏହି ସମୟରେ ଅନୂଜ ହଠାତ୍ ନିଜ ପାଖରେ ରଖିଥିବା ପିସ୍ତଲ ବାହାର କରିଥିଲେ। କେହି କିଛି ବୁଝିବା ଆଗରୁ ନେହାଙ୍କ ଉପରକୁ ଗୁଳି ଚଳାଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ନେହାଙ୍କୁ ସହପାଠୀମାନେ ତୁରନ୍ତ ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ନେହାଙ୍କୁ ଗୁଳି କରି ଅନୂଜ ରହୁଥିବା ହଷ୍ଟେଲକୁ ଚାଲି ଯାଇଥିଲେ। ଆଉ ରୁମରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଥିଲେ। ଅନୂଜଙ୍କ ଘର ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାରେ ହୋଇଥିବା ବେଳେ ନେହା କାନପୁରର ବାସିନ୍ଦା। ତଦନ୍ତରୁ ଜଣାପଡ଼ିଛି ଯେ ଉଭୟଙ୍କ ମଧ୍ୟରେ କିଛି ବର୍ଷ ହେଲା ବନ୍ଧୁତା ରହିଥିଲେ। କିନ୍ତୁ ଆଜି ହଠାତ୍ ଏପରି ଘଟଣା ଘଟିଛି।
Powered by Froala Editor