ଉହାନର ଲ୍ୟାବ ଦୁର୍ଘଟଣାରୁ ବ୍ୟାପିଥିଲା କରୋନା
କରୋନା ମହାମାରୀ ଉହାଦରୁ ବ୍ୟାପିଥିବା କଥା କୁହାଯାଉଥିଲା । ହେଲେ ଚୀନ ଏହାକୁ ମାନିବାକୁ ପ୍ରସ୍ତୁତ ନଥିଲା । ଏବେ ସତ ଜଣାପଡିଛି । ଉହାନରୁ କରୋନା ବ୍ୟାପିଥିଲା ବୋଲି ପ୍ରମାଣ ମିଳିଛି । ଏକ ରିପୋର୍ଟରେ କୁହାଯାଇଛି ଯେ ଚୀନ୍ର ଉହାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜିର ଲ୍ୟାବର ଏକ ଦୁର୍ଘଟଣାରୁ କରୋନାଭାଇରସ୍ ଆସିଥିଲା ।
ରିପୋର୍ଟ ମୁତାବକ, ଚୀନ୍ର ଉହାନରେ ଏକ ଲ୍ୟାବ ଦୁର୍ଘଟଣାରୁ କୋଭିଡ -୧୯ ଭୂତାଣୁ ଆସିଛି ବୋଲି ସରକାରୀ ରିପୋର୍ଟରେ ଦର୍ଶାଯାଇଛି। ଚୀନ ବାରମ୍ବାର ମନା କରୁଛି ଯେ ଏହି ଭୂତାଣୁ ତାଙ୍କ ଦେଶରୁ ଆସିନାହିଁ, କିନ୍ତୁ ଠିକ ସେହି ସମୟରେ ଚୀନ ଏହାର ଅଧିକାରୀମାନଙ୍କୁ ଚେତାବନୀ ଦେଇ କହିଥିଲା କୋଭିଡ ଭୂତାଣୁ ପାଇଁ ସତର୍କତା ଅବଲମ୍ବନ କର । ସେହିପରି ଏହି ଲାବୋରେଟୋରୀର ଜୈବସୁରକ୍ଷା ବ୍ୟବସ୍ଥା(ବାୟୋସିକ୍ୟୁରିଟି)କୁ ବଢାଇବାକୁ ଚୀନ ସରକାର ନିର୍ଦ୍ଦେଶ ଦେଇଥିଲେ ।
ଆମେରିକାର ଫ୍ଲୋରିଡାର ସିନେଟର ମାର୍କୋ ରୁବିଓ ରିପୋର୍ଟରେ କୁହାଯାଇଛି ଯେ କରୋନାର ଉତ୍ପତ୍ତିର କାରଣ ଲୁଚାଇବାକୁ ଚୀନ ଉଦ୍ୟମ କରୁଥିବାରୁ ସତ ବାହାର କରିବାକୁ ଏହି ଅଧ୍ୟୟନର ଆବଶ୍ୟକତା ପଡିଥିଲା । ଅନେକ ପରିପାର୍ଶ୍ଵିକ ପ୍ରମାଣରୁ ଜଣାପଡିଛି ଯେ ଚୀନ୍ର ଉହାନ୍ ଲ୍ୟାବରୁ ହିଁ ଏହି ଭୂତାଣୁ ଆସିଥିଲା ।
Powered by Froala Editor