ଅର୍ଜୁନ ରାମ ମେଘୱାଲ ନୂଆ ଆଇନମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ହୋଇଛି ଅଦଳବଦଳ । କିରଣ ରିଜିଜୁଙ୍କ ହାତରୁ ଆଇନ ମନ୍ତ୍ରାଳୟ ନେଇ ତାଙ୍କୁ ଭୂ ବିଜ୍ଞାନ ମନ୍ତ୍ରାଳୟ ଦିଆଯାଇଛି । ରିଜିଜୁଙ୍କ ବଦଳରେ ଅର୍ଜୁନ ରାମ ମେଘୱାଲଙ୍କୁ ଆଇନ ମନ୍ତ୍ରାଳୟ ଦାୟିତ୍ୱ ମିଳିଛି ।ତାଙ୍କୁ ଏହା ଅତିରିକ୍ତ ଦାୟତ୍ୱ ଭାବେ ଦିଆଯାଇଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମନ୍ତ୍ରୀମଣ୍ଡଳର ଅଦଳବଦଳ ପାଇଁ ମଞ୍ଜୁରୀ ଦେଇଥିଲେ । ମେଘଓାଲଙ୍କୁ ତାଙ୍କ ନିଜର ପୋର୍ଟଫୋଲିଓ ବ୍ୟତୀତ ଏହି ଦାୟିତ୍ୱ ଅତିରିକ୍ତ ଭାବେ ଦିଆଯାଇଛି ।
ରିଜୁଙ୍କୁ ୨୦୨୧ରେ ଆଇନ ମନ୍ତ୍ରୀ ହୋଇଥିଲେ । ନ୍ୟାୟପାଳିକା ତଥା ବିଚାରପତିଙ୍କ ବିରୋଧରେ ଲଗାତାର ମନ୍ତବ୍ୟ ପାଇଁ ରିଜିଜୁ ଚର୍ଚ୍ଚାରେ ରହିଥିଲେ । ଏପରିକି ସେ କଲେଜିୟମ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଶ୍ନ ଉଠାଇଦେଶରେ କେହି କାହାକୁ ଚେତାବନୀ ଦେଇ ପାରିବେ ନାହିଁ ବୋଲି କହିଥିଲେ ।
ଅବସରପ୍ରାପ୍ତ ବିଚାରପତିଙ୍କ ଉପରେ ରିଜିଜୁଙ୍କ ଏକ ବୟାନ ମଧ୍ୟ ବିବାଦ ସୃଷ୍ଟି କରିଥିଲା । କିଛି ଅବସରପ୍ରାପ୍ତ ବିଚାରପତି ଦେଶ ବିରୋଧରେ ଷଡଯନ୍ତ୍ର କରୁଛନ୍ତି ବୋଲି ଅଭିଯୋଗ କରିଥିଲେ । ଏହି ମନ୍ତବ୍ୟ ପାଇଁ ତାଙ୍କୁ ଆଇନ ବିଶେଷଜ୍ଞ ଓ ଅବସରପ୍ରାପ୍ତ ବିଚାରପତିମାନେ ସମାଲୋଚନା କରିଥିଲେ ।
Powered by Froala Editor