ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେଲା ହ୍ୱାଟସଆପ

ନୂଆଦିଲ୍ଲୀ : ବୁଧବାର ଠାରୁ କାର୍ଯ୍ୟକାରୀ ହୋଇଥିବା କେନ୍ଦ୍ର ସରକାରଙ୍କ ନୂଆ ଡିଜିଟାଲ ନିୟମ ବିରୋଧରେ ସାମାଜିକ ଗଣମାଧ୍ୟମ ‘ହ୍ୱାଟସଆପ’ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛି । ହ୍ୱାଟସଆପ ଆବେଦନରେ କହିଛି ଯେ ନୂଆ ଡିଜିଟାଲ ନିୟମ ଦ୍ୱାରା ବ୍ୟବହାରକାରୀଙ୍କ ଗୋପୀନୟତା ଉଲ୍ଲଂଘନ ହେବ । ନୂତନ ନିୟମ ଅନୁସାରେ ପ୍ରେରିତ ବାର୍ତ୍ତାର ଉତ୍ସବ ବା ମୂଳର ସନ୍ଧାନ ନେବାକୁ ପଡ଼ିବ । ଭାରତରେ ପ୍ରାୟ ୪୦୦ ନିୟୁତ ବ୍ୟବହାରକାରୀ ଥିବା ‘ହ୍ୱାଟସଆପ’ ଏକ ବିବୃତିରେ କହିଛି, ବାର୍ତ୍ତାର ଉତ୍ସ ଚିହ୍ନଟ ପାଇଁ କୁହାଯିବା ଅର୍ଥ ‘ହ୍ୱାଟସଆପ’ରେ ପ୍ରେରିତ ପ୍ରତିଟି ବାର୍ତ୍ତାର ରେକର୍ଡ ରଖିବା । ଏହା ଦ୍ୱାରା ଜନତାଙ୍କର ‘ଗୋପନୀୟତା ଅଧିକାରୀ’ ଉଲ୍ଲଘଂନ ହେବ । ଅନ୍ୟପଟେ ହ୍ୱାଟସଆପର ଏହି ଆବେଦନ ଉପରେ କେନ୍ଦ୍ର ସୂଚନା ପ୍ରଯୁକ୍ତି ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ ସରକାର ବ୍ୟକ୍ତିର ଗୋପନୀୟତାକୁ ସମ୍ମାନ ଦିଅନ୍ତି । ଭାରତରେ କୌଣସି କାର୍ଯ୍ୟକ୍ରମ ଚାଲିବାକୁ ହେଲେ ତାହା ଭାରତର ନିୟମ ଆଧାରରେ ଚାଲିବାକୁ ହେବ । ସାମାଜିକ ଗଣମାଧ୍ୟମଗୁଡ଼ିକ ବାର୍ତ୍ତାର ଉତ୍ସ ଜଣାଇବାକୁ ଯାହା କୁହାଯାଇଛି ତାହା ପ୍ରତ୍ୟେକଟି ବାର୍ତ୍ତା କ୍ଷେତ୍ରରେ ଲାଗୁ ହୋଇ ନାହିଁ ।
Powered by Froala Editor