ସୁଗାର ଫ୍ରି ସୁଇଟନର୍ସକୁ ବ୍ୟବହାର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏହି ଚେତାବନୀ, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ: ଆପଣ ଓଜନ କମାଇବାକୁ ସୁଗାର ଫ୍ରି ସୁଇଟନର୍ସ ବ୍ୟବହାର କରୁଛନ୍ତି କି? ତେବେ ଏଥିପାଇଁ ସାବଧାନ ରହିବାକୁ ଡବ୍ଲୁଏଚଓ ବା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଚେତାବନୀ ଦେଇଛି । ଆଜିକାଲି ଲୋକମାନେ ସାଧାରଣତଃ ଓଜନ କମାଇବାକୁ କିମ୍ବା ଫିଟ୍ ରହିବାକୁ ମିଠା ଖାଦ୍ୟ ଖାଉ ନଥିବାବେଳେ ଅଧିକାଂଶ ସୁଗାର ଫ୍ରି ସୁଇଟନର୍ସ ବ୍ୟବହାର କରୁଛନ୍ତି । ତେବେ ଏହାକୁ ଦୀର୍ଘଦିନ ଧରି ବ୍ୟବହାର କରୁଥିଲେ ବିଭିନ୍ନ ରୋଗ ସମସ୍ୟା ଦେଖାଦେଇପାରେ ବୋଲି ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି । ଓଜନ କମାଇବା ଲକ୍ଷ୍ୟ ନେଇ ସୁଗାର ଫ୍ରି ସୁଇଟନର୍ସ ବ୍ୟବହାର କରୁଥିବା ଲୋକଙ୍କୁ ଟାଇପ ଟୁ ଡାଇବେଟିସ ଓ ହୃଦରୋଗ ଭଳି ରୋଗ ହେବାର ସମ୍ଭାବନା ବଢ଼ିଥାଏ । ଲୋକମାନେ ନିଜ ଖାଇବାରେ ଚିନିକୁ କମାଇ ସୁଗାର ଫ୍ରି ସୁଇଟନର୍ସ ବ୍ୟବହାର କରୁଛନ୍ତି । ଯାହା କୈାଣସି ଓଜନ କମାଇବା କିମ୍ବା ଫିଟ ରଖି ନଥାଏ ବରଂ ଦୀର୍ଘ ସମୟ ଧରି ବ୍ୟବହାର କରିବାରୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏକ ରିସର୍ଚ୍ଚ ଅନୁସାରେ ତିନି ମାସ ଧରି ସୁଗାର ଫ୍ରି ମିଠା ବ୍ୟବହାର କରିବାରୁ କିଛି ଓଜନ ହ୍ରାସ ହୋଇଥିଲା ଏବଂ କ୍ୟାଲୋରୀ କମ୍ ହୋଇଥିଲା । ହେଲେ ଶରୀରରେ ଗ୍ଲୁକୋଜର ମାତ୍ରା କମ୍ ହେଲାନାହିଁ । ବରଂ ହୃଦରୋଗ ଜନିତ ରୋଗ ବଢ଼ୁଥିବା ଦେଖିବାକୁ ମିଳିଥିଲା ।
Powered by Froala Editor