‘ୱାଇ’ ହଟିଲା, ଏଣିକି ଗାଙ୍ଗୁଲୀ ପାଇବେ ‘ଜେଡ୍’ ସୁରକ୍ଷା
‘ବିସିସିଆଇ’ର ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀଙ୍କ ସୁରକ୍ଷା ବ୍ୟବସ୍ଥା ‘ଜେଡ୍’ ବର୍ଗକୁ ବୃଦ୍ଧି କରାଯାଇଛି। ସମ୍ପ୍ରତି ଗାଙ୍ଗୁଲୀ ତାଙ୍କ ‘ଦିଲ୍ଲୀ ଡେୟାର୍ଡେଭିଲ୍ସ୍’ ସହିତ ଗସ୍ତରେ ଅଛନ୍ତି ଏବଂ ମେ ୨୧ ତାରିଖ ଦିନ କୋଲ୍କାତା ଫେରିବେ। ସେହି ଦିନରୁ ତାଙ୍କ ପ୍ରତି ‘ଜେଡ୍’ ବର୍ଗର ସୁରକ୍ଷା ବ୍ୟବସ୍ଥା ଲାଗୁ ହେବ ବୋଲି ପଶ୍ଚିମବଙ୍ଗ ସରକାରୀ ଅଧିକାରୀ କହିଛନ୍ତି।
ନୂଆ ନିରାପତ୍ତା ବ୍ୟବସ୍ଥା ଅନୁସାରେ, ଗାଙ୍ଗୁଲୀଙ୍କୁ ଏବେ ୮/୧୦ଜଣ ପୁଲିସ କର୍ମଚାରୀ ପହରା ଦେବେ। ‘ୱାଇ’ ବର୍ଗ ସୁରକ୍ଷାରେ ତାଙ୍କ ପାଇଁ ସ୍ପେସାଲ୍ ବ୍ରାଞ୍ଚ୍ରୁ ୩ଜଣ ପୁଲିସ କର୍ମଚାରୀ ଯୋଗାଇ ଦିଆଯାଇଥିଲା। ଏହାଛଡ଼ା, ତାଙ୍କ ବେହାଲା ବାସଭବନରେ ପହରା ଦେବା ପାଇଁ ଆଉ ୩ଜଣ ପୁଲିସ ମଧ୍ୟ ବ୍ୟବସ୍ଥା କରାଯାଇଥିଲା।
ସରକାରୀ ଅଧିକାରୀଜଣକ କହିଛନ୍ତି, ଗାଙ୍ଗୁଲୀଙ୍କୁ ଯୋଗାଇ ଦିଆ ଯାଇଥିବା ‘ୱାଇ’ ବର୍ଗର ସୁରକ୍ଷା ସମୟ ସୀମା ଶେଷ ହୋଇଯିବାରୁ ମଙ୍ଗଳବାର ଦିନ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ତାଙ୍କ ସୁରକ୍ଷା ବ୍ୟବସ୍ଥାକୁ ‘ଜେଡ୍’ ବର୍ଗକୁ ବୃଦ୍ଧି କରିବା ଲାଗି ସ୍ଥିର କରାଯାଇଥିଲା।
Powered by Froala Editor