ଆସିବ ଡେଙ୍ଗୁ ଟିକା, ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟ୍ରାଏଲ
ଭାରତରେ ପ୍ରତିବର୍ଷ ପ୍ରାୟ ୩ ଲକ୍ଷ ଲୋକ ଡେଙ୍ଗୁ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି। ଅନେକଙ୍କ ମୃତ୍ୟୁ ମଧ୍ୟ ହେଉଛି। ହେଲେ ଖୁବଶୀଘ୍ର ସାଧାରଣ ଲୋକମାନେ ଡେଙ୍ଗୁ ଟିକା ପାଇପାରିବେ। କାରଣ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବାକୁ ଯାଉଛି। ପୂର୍ବରୁ ୨ ପର୍ଯ୍ୟାୟ ପରୀକ୍ଷଣ ବେଳେ ଏହା ସଫଳତା ହାସଲ କରିଥିଲା। ତେଣୁ Panacea Biotech ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ କରିବାକୁ ଯାଉଛି।
ଏହି ଟିକାକୁ Panacea Biotech ଓ ଆଇସିଏମଆର ମିଳିତ ଭାବେ ବିକଶିତ କରିଛନ୍ତି। ଏବେ ସୁଦ୍ଧା ସଂପୂର୍ଣ୍ଣ ଭାବେ ଟ୍ରାଏଲ ଆରମ୍ଭ ହୋଇନାହିଁ। ସବୁ କିଛି ପ୍ରସ୍ତୁତ କରିବା ପାଇଁ କମ୍ପାନୀକୁ ୩ ମାସ ସମୟ ଲାଗିବ। ତେଣୁ ଏହା ପରେ ପରୀକ୍ଷଣ ଆରମ୍ଭ ହେବ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।
ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଦେଶର ୨୦ଟି ସ୍ଥାନରେ କରାଯିବ। ଏଥିରେ ୧୧ ହଜାର ଲୋକଙ୍କୁ ସାମିଲ କରାଯିବ। ପରୀକ୍ଷଣ ବେଳେ ଲୋକଙ୍କୁ ପ୍ଲେସେବୋ କିମ୍ବା ଟିକା ଦିଆଯିବ। ହେଲେ କିଏ ପ୍ଲେସେବୋ ନେଇଛନ୍ତି ଓ କିଏ ଟିକା, ସେ ସମ୍ପର୍କରେ ପରୀକ୍ଷଣ ସାମିଲ ହେଉଥିବା ଲୋକ କିମ୍ବା ଇନଭେଷ୍ଟିଗେଟର କିଛି ବି ଜାଣିବେ ନାହିଁ।
Powered by Froala Editor