ମଝି ଆକାଶରେ ଦୋହଲିଲା ବିମାନ
ଏୟାର ଇଣ୍ଡିଆ କମ୍ପାନୀର ଗୋଟିଏ ବିମାନ ମଝି ଆକାଶରେ ଥିବା ବେଳେ ଅନେକ ଥର ଦୋହଲିଛି। ଏଥିଯୋଗୁ ବିମାନରେ ବସିଥିବା ଅନେକ ଯାତ୍ରୀ ଆହତ ହୋଇଛନ୍ତି। କୁହାଯାଉଛି ଯେ, ବିମାନ ମଝି ଆକାଶରେ ଦୋହଲିବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ। ବିମାନରେ ଜଣେ ଡାକ୍ତର ଓ ନର୍ସ ମଧ୍ୟ ଯାତ୍ରୀ ଭାବେ ଯାତ୍ରା କରୁଥିଲେ। ସେମାନଙ୍କ ସହାୟତା ନେଇ କ୍ୟାବିନ କ୍ରୁ ଅନ୍ୟ ଯାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା କରିଥିଲେ ବୋଲି ଡିଜିସିଏ ପକ୍ଷରୁ ସୂଚନା ଦିଆଯାଇଛି।
ସିଡ୍ନୀରେ ଥିବା ଏୟାର ଇଣ୍ଡିଆର ଏୟାରପୋର୍ଟ ମ୍ୟାନେଜର ମଧ୍ୟ ସେଠାରେ ଯାତ୍ରୀଙ୍କ ପାଇଁ ମେଡିକାଲ ସହାୟତାର ବ୍ୟବସ୍ଥା କରିଥିଲେ। ତେବେ କୌଣସି ଯାତ୍ରୀଙ୍କୁ ହସ୍ପିଟାଲ ଯିବାକୁ ପଡ଼ି ନଥିଲା।
ଏୟାର ଇଣ୍ଡିଆ ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ, ୧୬ରେ ଏହି ଘଟଣା ଘଟିଥିଲା। ଏୟାର ଇଣ୍ଡିଆର ବିମାନ ବି୭୮୭-୮୦୦ ଦିଲ୍ଲୀରୁ ସିଡନୀକୁ ଉଡ଼ାଣ କରିଥିଲା। ଉଡ଼ାଣ ସମୟରେ କୌଣସି ସମସ୍ୟା ହୋଇନଥିବା ବେଳେ ମଝି ଆକାଶରେ ବିମାନ ଦୋହଲିବାକୁ ଲାଗିଥିଲା। ହଠାତ୍ ଏଭଳି ହେବାରୁ ୭ଜଣ ଯାତ୍ରୀ ଆହତ ହୋଇଥିଲେ। ଏହା ପରେ ବିମାନରେ ଥିବା ଡାକ୍ତରଙ୍କ ସହାୟତାରେ କ୍ରୁ ସଦସ୍ୟ ଆହତ ଯାତ୍ରୀଙ୍କ ଚିକିତ୍ସା କରିଥିଲେ।
Powered by Froala Editor