ଗଣମାଧ୍ୟମରେ ଆପତ୍ତିଜନକ ପ୍ରତିକ୍ରିୟା ଦେଇ ବହିଷ୍କାର ହେଲେ ପିସିସି ମୁଖପାତ୍ର
ଭୁବନେଶ୍ୱର : ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେବା ମହଙ୍ଗା ପଡ଼ିଲା । ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଥିଲେ। । ଗଣମାଧ୍ୟମରେ ଆପତ୍ତିଜନକ ପ୍ରତିକ୍ରିୟା ଦେଇ ପିସିସି ମୁଖପାତ୍ର ଷ୍ଟାଲିନ ମିଶ୍ର ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିଲେ ।
ଏହି ଦୋଷକୁ ସ୍ୱୀକାର କରି ଦେଇଥିବା ମନ୍ତବ୍ୟକୁ ପ୍ରତ୍ୟାହାର କରିବାର ପରାମର୍ଶକୁ ଗ୍ରହଣ କରିନଥିଲେ । ଯାହାକୁ ନେଇ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଗଣେଶ୍ୱର ବେହେରାଙ୍କ ସୁପାରିଶକ୍ରମେ ପିସିସି ସଭାପତି ଶରତ ପଟ୍ଟନାୟକ ଶ୍ରୀ ମିଶ୍ରଙ୍କୁ ପିସିସି ମୁଖପାତ୍ର ପଦରୁ ବହିଷ୍କାର କରିଥିବା ଗଣମାଧ୍ୟମ ସଂଯୋଜକ ଦୀପକ ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
Powered by Froala Editor