ପ୍ରବୀଣ ସୁଦ୍ ନୂଆ ସିବିଆଇ ନିର୍ଦ୍ଦେଶକ
ବେଙ୍ଗାଲୁରୁ: ସିବିଆଇ ପରବର୍ତ୍ତୀ ନିର୍ଦ୍ଦେଶକ କର୍ଣ୍ଣାଟକର ପୋଲିସ ଡିଜି ପ୍ରବୀଣ ସୁଦ । ୧୯୮୬ ବ୍ୟାଚର ଆଇପିଏସ ଅଧିକାରୀଙ୍କ ନାଁରେ ଚୟନ କମିଟି ମୋହର ମାରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ ଓ ବିରୋଧୀ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସହମତିରେ ପ୍ରବୀଣଙ୍କୁ ନିଯୁକ୍ତି ଦିଆଯାଇଛି ।
ସିବିଆଇ ନିର୍ଦ୍ଦେଶକ ସମ୍ଭାବିତ ସୂଚୀରେ ତିନି ବରିଷ୍ଠ ଆଇପିଏସ ଅଫିସର ରହିଥିଲେ । ବରିଷ୍ଠ ଓ କାର୍ୟ୍ୟ ଦକ୍ଷତା ଆଧାରରେ ପିଏମ୍ ମୋଦି ଏବଂ ସିଜେଆଇ ତାଙ୍କୁ ଦେଶର ସବୁଠୁ ବଡ଼ ଯାଞ୍ଚ ଏଜେନ୍ସିର ଦାୟିତ୍ୱ ଦେଇଛନ୍ତି । ତେବେ ସୁଦଙ୍କ ନାଁରେ ଲୋକସଭାରେ କଂଗ୍ରେସର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ସହମତ ନଥିଲା ।
ରିପୋର୍ଟ ଅନୁସାରେ ସୁଦଙ୍କ ନିଯୁକ୍ତି ବିରୋଧରେ ଅଧୀର ରଞ୍ଜନ ଯୁକ୍ତି ରଖିଥିଲେ । ମୁଖ୍ୟତଃ ତାଙ୍କର ଅଭିଯୋଗ ଥିଲା ଯେ ସୁଦ୍ ଆଇପିଏସ୍ ଅଧିକାରୀଙ୍କ ସେହି ପୁଲରେ ନଥିଲେ ଯେଉଁମାନେ କେନ୍ଦ୍ରରେ ଡିଜିପି ସ୍ତରରେ ସେବା ପ୍ରଦାନ ପାଇଁ ଯୋଗ୍ୟ ଅଛନ୍ତି । କିନ୍ତୁ ପିଏମ୍ ଏବଂ ସିଜେଆଇଙ୍କ ମତ ଏକ ହେବା ପରେ ସୁଦଙ୍କ ନିଯୁକ୍ତ ବାଟ ଫିଟିଥିଲା । ରବିବାର ଅପରାହ୍ଣରେ ତାଙ୍କ ନିଯୁକ୍ତି ନେଇ ଘୋଷଣା କରାଯାଇଛି ।
ବର୍ତ୍ତମାନ ସମୟରେ ସୁବୋଧ କୁମାର ଜୟସୱାଲଙ୍କ ପାଖରେ ରହିଛି ସିବିଆଇର ନେତୃତ୍ୱ । ଚଳିତ ମାସ ୨୫ ତାରିଖରେ ତାଙ୍କ କାର୍ୟ୍ୟକାଳ ଶେଷ ହେବ ।
Powered by Froala Editor