ଭୁବନେଶ୍ୱର ଆରଏମ୍ଆରସି ପରିସରରେ ଅଗ୍ନିକାଣ୍ଡ
ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ( ଆରଏମ୍ଆରସି) ପରିସରରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଆରଏମ୍ଆରସି ପରିସରରେ ଥିବା ଏକ ଷ୍ଟୋର ରୁମ୍ରେ ନିଆଁ ଲାଗି ଯାଇଥିଲା। ଏଥିରେ ଅନେକ ବ୍ୟବହାର ହୋଇସାରିଥିବା ସାମଗ୍ରୀ ରହିଥିଲା।
ସର୍ଟସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି। ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି। ଆରଏମ୍ଆରସି ଜଣେ କର୍ମଚାରୀ କହିଛନ୍ତି, ଷ୍ଟୋର ରୁମ୍ରେ କେବଳ ବ୍ୟବହାର ହୋଇସାରିଥିବା ଜିନିଷ ରଖାଯାଇଥିଲା। ବହୁ ପରିମାଣରେ କାଗଜ ପେଟି, ନଷ୍ଟ ହୋଇସାରିଥିବା ପ୍ଲାଷ୍ଟିକ୍ ଜିନିଷ, ଅବ୍ୟବହୃତ ଟେବୁଲ ଓ ଚୌକି ଆଦି ଏଠାରେ ଥିଲା। ପ୍ଲାଷ୍ଟିକ ଜିନିଷ ଗୁଡ଼ିକ ଥିବାରୁ ନିଆଁ ଲିଭାଇବାକୁ ଟିକେ ଅଧିକ ସମୟ ଲାଗିଥିଲା।
Powered by Froala Editor