କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା,ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା
ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ରହୁଥିବା ଜେଲରେ ବଢ଼ିବ ସୁରକ୍ଷା । ଜେଲରେ କର୍ମଚାରୀ ପିନ୍ଧିବେ ବଡି କ୍ୟାମେରା । ଜେଲରେ ନିଶାଦ୍ରବ୍ୟ ସେବନ, କଏଦୀମାନେ ମୋବାଇଲ ଫୋନ ବ୍ୟବହାର କରୁଥିବା ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଜେଲ ବିଭାଗ । ଜେଲ ଆଧୁନିକିକରଣ ଯୋଜନାରେ ଟେକ୍ନୋଲୋଜିକୁ ଗୁରୁତ୍ୱ ଦିଆଯାଇଛି । ପୂର୍ବରୁ ଝାରପଡା ଓ ଚୌଦ୍ୱାର ଜେଲର କର୍ମଚାରୀଙ୍କୁ ବଡି କ୍ୟାମେରା ଦିଆଯାଇଥିଲା ।
ପ୍ରଥମ ପର୍ୟ୍ୟାୟରେ ଝାରପଡା ଓ ଚୌଦ୍ବାରକୁ ମିଳିଥିଲା ୨୦ଟି କ୍ୟାମେରା । ବ୍ରହ୍ମପୁର, ସମ୍ବଲପୁର, କେନ୍ଦ୍ରାପଡା, ବାଲେଶ୍ବର, ଝାରସୁଗୁଡା, ସୁନ୍ଦରଗଡ଼ ଓ କୋରାପୁଟରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଜି ମନୋଜା ଛାବ୍ରା । ସ୍ପେଶାଲ କଣ୍ଟ୍ରୋଲ ରୁମରେ ଭିଡିଓକୁ କଣ୍ଟ୍ରୋଲ କରାଯିବ । ନିଶାଦ୍ରବ୍ୟ, ମୋବାଇଲ ବ୍ୟବହାର ନେଇ ଅଭିଯୋଗ ଆସିବା ପରେ ଆକ୍ସନ ମୋଡରେ ଆସିଛି ଜେଲ୍ ବିଭାଗ ।
Powered by Froala Editor