ସଡ଼କ ଦୁର୍ଘଟଣାରେ ୩ ମୃତ
ଯାଜପୁର/ଚଣ୍ଡିଖୋଲ: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅନ୍ତର୍ଗତ ୧୬ ଜାତୀୟ ନମ୍ବର କଡେଇ ଛକ ନିକଟରେ ଆଜି ସକାଳେ ଏକ ସଡ଼କ ଦୁର୍ଘଟଣା ଘଟି ଏଥିରେ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକ ୩ ଜଣ ହେଉଛନ୍ତି ଧର୍ମଶାଳା ଥାନା ଅନ୍ତର୍ଗତ ମାଣିତ୍ରୀ ବାରବାଟୀ ଗ୍ରାମର ଅଭିଷେକ ସର (୨୨), ଧର୍ମଶାଳା ଥାନା ଅନ୍ତର୍ଗତ ଚଡ଼େଇଧରା ଗ୍ରାମର ଅଞ୍ଚଳ ସାହୁ (୨୬) ଓ କଟକ ଜଗତପୁର ଥାନା ଅନ୍ତର୍ଗତ ବୈକୁଣ୍ଠପାଲି ଗ୍ରାମର ଦେବାଶିଷ ନାୟକ (୨୬)।
ଏମାନେ ଆଜି ଗୋଟିଏ ବାଇକ ଯୋଗେ ପୁରୀ ଅଭିମୁଖେ ଯାଉଥିବା ବେଳେ କଡ଼େଇ ଛକ ନିକଟରେ ଏମାନଙ୍କ ବାଇକ ସମ୍ମୁଖ ପଟରେ ଠିଆ ହୋଇଥିବା ଏକ ଟ୍ରକ ପଛରେ ଧକ୍କା ଦେଇଥିଲା। ରାସ୍ତାକଡ଼କୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ। ତୁରନ୍ତ ଏମାନଙ୍କୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor