ଝାରସୁଗୁଡ଼ା-ରାଉଣ୍ଡ ୧୬: ବିଜେଡି-୯୪୩୨୬, ବିଜେପି-୫୧୯୩୧, କଂଗ୍ରେସ-୪୧୩୩
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । ବିଜେଡି ଆଗକୁ ଆଗକୁ ମାଡ଼ି ଚାଲିଛି । ବିଜେଡିର ଭୋଟ ଗାଡ଼ି ଅଟକୁ ନାହିଁ । ରାଉଣ୍ଡ ପରେ ରାଉଣ୍ଡ ଭୋଟ ଗଣତି ଆଗକୁ ଚାଲିଥିବାବେଳେ ବିଜେଡିର ଦୀପାଳି ଦାସଙ୍କ ଭୋଟ ବ୍ୟବଧାନ ବି ବଢିଚାଲିଛି । ପ୍ରଥମ ରାଉଣ୍ଡରୁ ହିଁ ବିଜେଡି ଉଭୟ ବିଜେପି ଓ କଂଗ୍ରେସ ସହ ଅନ୍ୟ ପ୍ରାର୍ଥୀଙ୍କୁ ପଛରେ ପକାଇ ଆଗକୁ ମାଡ଼ିଚାଲିଛି । ତେବେ ରାଉଣ୍ଡ-୧୬ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୯୪୩୨୬ଟି ଭୋଟ ମିଳିଥିବାବେଳେ ବିଜେପିକୁ ୫୧୯୩୧ ଓ କଂଗ୍ରେସକୁ ମାତ୍ର ୪୧୩୩ଟି ଭୋଟ ମିଳିଛି ।
ଝାରସୁଗୁଡା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
Powered by Froala Editor