ଝାରସୁଗୁଡ଼ା-ରାଉଣ୍ଡ ୭: ବିଜେଡି-୪୦୨୨୦, ବିଜେପି-୨୧୯୭୪, କଂଗ୍ରେସ-୨୩୫୯
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ଜାରି ରହିଛି । କାହାର ହେବ ଝାରସୁଗଡ଼ା । କିଏ ମାରିବ ବାଜି। ଇଭିଏମ୍ରୁ କହିବ କଣ ହେବ ୯ ପ୍ରାର୍ଥୀଙ୍କ ଭାଗ୍ୟ। କାହା ମୁଣ୍ଡରେ ସୁନା କଳସ ଢ଼ାଳିବ ହାତୀ। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ଗଣତି ଆରମ୍ଭ ହୋଇଛି। ସକାଳ ୮ଟାରୁ ପ୍ରଥମେ ପୋଷ୍ଟାଲ ବାଲଟ କାଉଣ୍ଟିଂ ଆରମ୍ଭ ହୋଇଛି ଭୋଟ ଗଣତି । ତେବେ ସପ୍ତମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୪୦୨୨୦ଟି ଭୋଟ ମିଳିଥିବାବେଳେ ବିଜେପିକୁ ୨୧୯୭୪ ଓ କଂଗ୍ରେସକୁ ମାତ୍ର ୨୩୫୯ଟି ଭୋଟ ମିଳିଛି ।
ତେବେ ଷଷ୍ଠ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୩୫୬୦୯ଟି ଭୋଟ ମିଳିଥିବାବେଳେ ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ମାତ୍ର ୧୯୩୯ ଟି ଭୋଟ ମିଳିଥିଲା ।
ଝାରସୁଗୁଡା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ୧୪ଟି ଟେବୁଲରେ ୧୮ ରାଉଣ୍ଡ ଗଣତି ହେବ। ଭିଭିପାଟ ଓ ପୋଷ୍ଟାଲ ବାଲେଟ କାଉଣ୍ଟିଂ ପାଇଁ ଅଲଗା ଅଲଗା ଟେବୁଲ କରାଯାଇଛି । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର, ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ ଏବଂ ଜଣେ କାଉଣ୍ଟିଂ ଅବଜରଭର ଅଛନ୍ତି। ଜେନେରାଲ ଅବଜରଭରଙ୍କ ପ୍ରତିନିଧି ଭାବେ ଜଣେ ମାଇକ୍ରୋ ଅବଜରଭର ଅଛନ୍ତି। ଭୋଟ ଗଣତି ପାଇଁ ୨୦ ଜଣ କାଉଣ୍ଟିଂ ସୁପରଭାଇଜର, ୨୦ ଜଣ କାଉଣ୍ଟିଂ ଅସିଷ୍ଟାଣ୍ଟ ଏବଂ ୨୦ ଜଣ କାଉଣ୍ଟିଂ ଅବଜରଭ ଅଛନ୍ତି। ପ୍ରତି ଟେବୁଲରେ କାଉଣ୍ଟିଂ ଅନୁସାରେ ଅଧିକାରୀ ନିୟୋଜିତ ହୋଇଛନ୍ତି। ସୂଚନାଯୋଗ୍ୟ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହି ଆସନ ଖାଲି ପଡ଼ିଥିଲା। ତେଣୁ ଗତ ୧୦ ତାରିଖରେ ହୋଇଥିଲା ଝାରସୁଗୁଡ଼ା ଉପନିର୍ବାଚନ।
Powered by Froala Editor