୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଡ. ମୋହନ ଭାଗବତ

ଭୁବନେଶ୍ୱର: ଶୁକ୍ରବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ସରସଂଘ ଚାଳକ ଡ. ମୋହନ ଭାଗବତ । ଶୁକ୍ରବାର ସେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ କଟକର ଗତିରାଉତପାଟଣାସ୍ଥିତ କେଶବଧାମକୁ ଯାତ୍ରା କରିବେ । କେଶବଧାମରେ ସଂଘର ଶିକ୍ଷାବର୍ଗ ଅନୁଷ୍ଠିତ ହେଉଛି ।
ଡ. ଭାଗବତ ଏହି ପ୍ରଶିକ୍ଷଣ ଶିବିରରେ ଯୋଗଦେବା ସହ ଏଠାରେ ୪ ଦିନ ଅବସ୍ଥାନ କରିବେ। ଏଠାରେ କୌଣସି ସାର୍ବଜନୀନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବନାହିଁ । ଏହି ପ୍ରବାସ କେବଳ ସାଙ୍ଗଠନିକ କାର୍ୟ୍ୟ ପାଇଁ ଉଦ୍ଦିଷ୍ଟ । ଡ. ଭାଗବତ ୧୫ ତାରିଖରେ ଫେରିଯିବେ ବୋଲି ଆର୍ଏସ୍ଏସ୍ର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ସୂଚନା ଦେଇଛନ୍ତି ।
Powered by Froala Editor