ନିଯୁକ୍ତି ପାଇବେ ସାଢ଼େ ୪ ହଜାର ସିଏଚ୍ଓ, ଏହି ରୋଗ ଚିହ୍ନଟ ନେଇ ରହିବ ସେମାନଙ୍କ ଭୂମିକା

ଭୁବନେଶ୍ୱର: ଆଜି ୱାର୍ଲ୍ଡ ନର୍ସିଂ ଡେ । ରାଜ୍ୟରେ ୪ ହଜାର ୫୦୦ ଜଣ କମ୍ୟୁନିଟ୍ ହେଲ୍ଥ ଅଫିସର(ସିଏଚ୍ଓ) ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ସିଏଚ୍ଓମାନେ ପିଏଚ୍ଓ ଓ ୱେଲ୍ନେସ ସେଣ୍ଟରରେ ନିଯୁକ୍ତି ପାଇବେ । ମଧୁମେହ, ଉଚ୍ଚ ରକ୍ତଚାପ, ହୃଦ୍ରୋଗ, କାମଳ ରୋଗ ଓ କ୍ୟାନସର ଆଦି ରୋଗ ଚିହ୍ନଟ ନେଇ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ।
ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ର ଭାବେ ପବ୍ଳିକ୍ ହେଲ୍ଥ ମ୍ୟାନେଜମେଣ୍ଟ ଉପରେ ୪ ମାସିଆ ତାଲିମ ଦିଆଯାଇଛି । ରାଜ୍ୟରେ ୨୮ ହଜାର ୨୯୫ରେ ମଞ୍ଜୁରିପ୍ରାପ୍ତ ପଦବି ରହିଛି । ସେଥିରୁ ୧୬ ହଜାର ୩୦୬ ପଦବି ଖାଲି ପଡ଼ିଥିଲା । ଚଳିତ ବର୍ଷ ୭, ୩୮୪ ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଇଛି । ଗତ ଏପ୍ରିଲ୍ ମାସରେ ଓଏସ୍ଏସ୍ଏସ୍ସି ଦ୍ୱାରା ପରୀକ୍ଷା ପରିଚାଳିତ ହୋଇଛି । ଖୁବ୍ଶୀଘ୍ର ନୂଆ ନର୍ସ ନିଯୁକ୍ତି ପାଇବେ । ନୂଆ ନିଯୁକ୍ତି ହେବାକୁ ଥିବା ୭, ୩୮୪ ନର୍ସିଂ କ୍ଷେତ୍ରରେ ଚଏସ୍ ଲଙ୍କି ବ୍ୟବସ୍ଥା କରାଯାଉଛି । ଖାଲି ପଡ଼ିଥିବା ପଦବିରେ ମେରିଟ୍ ବେସିକ୍ରେ ନର୍ସମାନେ ନିଜ ଇଚ୍ଛାରେ ହସ୍ପିଟାଲ ଚୟନ ହେଉଛି । ପରୀକ୍ଷାରେ ଅଧିକ ମାର୍କ ରଖିଥିବା ନର୍ସଙ୍କୁ ଚୟନ କରିବାକୁ ପ୍ରଥମେ ସୁଯୋଗ ଦିଆଯାଉଛି । ମାର୍କ ଅନୁଯାୟୀ ନର୍ସଙ୍କୁ ନିଜ ପସନ୍ଦ ହସ୍ପିଟାଲରେ ନିଯୁକ୍ତି ପାଇବେ ।
Powered by Froala Editor