ଜେଡିୟୁ ଛାଡ଼ି ବିଜେପିରେ ମିଶିଲେ ଆରସିପି ସିଂହ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂ ଜେଡିୟୁ ଛାଡି ଭାରତୀୟ ଜନତା ପାର୍ଟି(ବିଜେପି)ରେ ସାମିଲ ହୋଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗ ଉପରେ ସ୍ପଷ୍ଟୀକରଣ ଦେବାକୁ ଜେଡିୟୁ ତାଙ୍କୁ ନୋଟିସ କରିଥିଲା। ଏହାପରେ ହିଁ ସେ ଜେଡିୟୁ ଛାଡ଼ିଥିଲେ।
ଦିଲ୍ଲୀରେ ଥିବା ବିଜେପି ମୁଖ୍ୟାଳୟରେ ଶ୍ରୀ ସିଂହ ପଦ୍ମ ଧରିଛନ୍ତି। ବିଜେପିରେ ମିଶିବା ପରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିବା ସହ ତାଙ୍କୁ ପଲ୍ଟି ମାର ବା ଦଳ ବଦଳ କରୁଥିବା ଲୋକ ବୋଲି କହିଛନ୍ତି।
ସିଂ କହିଛନ୍ତି, ନୀତୀଶ କୁମାର ବିହାରର କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, କିନ୍ତୁ ସେ ବର୍ତ୍ତମାନ କଣ କରୁଛନ୍ତି। ଦିନେ ସେ ଓଡ଼ିଶାରେ, ଅନ୍ୟ ଦିନ ଝାଡଖଣ୍ଡରେ ଏବଂ ଆଜି ସେ ମହାରାଷ୍ଟ୍ରରେ ଅଛନ୍ତି। ସେ ବର୍ତ୍ତମାନ ବିରୋଧୀ ଏକତା ବିଷୟରେ କହୁଛନ୍ତି, କିନ୍ତୁ ପ୍ରଶ୍ନ ଉଠିଛି କିଏ ତୁମର ନେତା?
Powered by Froala Editor