ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାମଲା ଦାଏର କରିବାକୁ ଚାହୁଁଛନ୍ତି ପାକିସ୍ତାନୀ ଅଭିନେତ୍ରୀ
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବାପରେ ପାକିସ୍ତାନରେ ଏକ ଟୁଇଟ ଭାଇରାଲ ହୋଇଛି। ଏହି ଟୁଇଟରେ ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାଡି ଦିଲ୍ଲୀ ପୁଲିସର ନମ୍ବର ମାଗିଥିଲେ। ପାକିସ୍ତାନୀ ଅଭିନେତ୍ରୀ ସେହର ଶିନୱାଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମାମଲା ଦାଏର କରିବାକୁ ଚାହୁଁଛନ୍ତି। ସେ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ (ର) ଉପରେ ମଧ୍ୟ ମକଦ୍ଦମା ଦାଏର କରିବାକୁ ଚାହୁଁଛନ୍ତି।
ସେହର ଶିନୱାଡି ଟୁଇଟ କରି କହିଥିଲେ, ‘କିଏ ଦିଲ୍ଲୀ ପୁଲିସର ଅନଲାଇନ ଲିଙ୍କ ଜାଣିଛନ୍ତି କି? ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଭାରତର ଗୁପ୍ତଚର ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ(ର) ଉପରେ ମକଦ୍ଦମା ଦାଏର କରିବାକୁ ଚାହୁଁଛି। ଯେଉଁମାନେ କି ପାକିସ୍ତାନରେ ଅରାଜକତା ଓ ଆତଙ୍କବାଦୀକୁ ବିସ୍ତାର କରୁଛନ୍ତି। ଯଦି ଭାରତର ଅଦାଲତ ସ୍ବାଧୀନ, ତେବେ ମୁଁ ନିଶ୍ଚିତ କି ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମୋତେ ନ୍ୟାୟ ଦେବେ।’
ଇମ୍ରାନ ଖାନଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟରେ ପାକିସ୍ତାନୀ ରେଞ୍ଜର୍ସ ଗିରଫ କରିଥିଲେ, ପରେ ସେଠାରେ ଅବସ୍ଥା ଆହୁରି ବିଗିଡି ଯାଇଛିା। ସାରା ଦେଶରେ ନିଆଁ ଲାଗିଛି। ସେହର ଏଥିପାଇଁ ଭାରତକୁ ଦାୟୀ କରି ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ ଦାଏର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ।
Powered by Froala Editor