କୁନୋରେ ଚିତା ଧୀରାର ମୃତ୍ୟୁ, କୌଣସି ରୋଗରେ ନୁହେଁ ଲଢ଼େଇରେ ପ୍ରାଣ ଯାଇଥିବା ସୂଚନା
ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଉ ଏକ ଚିତାର ମୃତ୍ୟୁ ହୋଇଛି । ମାଇ ଚୀତା ଧୀରା ମୃତ୍ୟୁବରଣ କରିଛି । ତେବେ ଏହି ଚିତାର ମୃତ୍ୟୁ କୌଣସି ରୋଗରେ ନୁହେଁ ବରଂ ଅନ୍ୟ ଏକ ଚିତା ସହ ଲଢ଼େଇରେ ହୋଇଛି । ଦକ୍ଷିଣ ଆଫ୍ରିକାରୁ ଆସିଥିବା ଚିତା ଧୀରା ଅନ୍ୟ ଏକ ଚିତା ସହ ଲଢେଇ କରିଥିଲା ଯେଉଁଥିରେ ତାର ମୃତ୍ୟୁ ହୋଇଯାଇଛି । ଦକ୍ଷିଣ ଆଫ୍ରିକା ଏବଂ ନାମ୍ବିବ୍ୟାରୁ ଆସିଥିବା ଏହା ତୃତୀୟ ଚିତାର ମୃତ୍ୟୁ ଅଟେ ।
ଭାରତରେ ଏମାନଙ୍କ ବଂଶବୃଦ୍ଧି ପାଇଁ ଅନ୍ତଃମହାଦେଶୀୟ ପ୍ରାଣୀ ସ୍ଥାନାନ୍ତର କାର୍ଯ୍ୟକ୍ରମ ଅଧୀନରେ ଭାରତକୁ ନାମିବ୍ୟା ଏବଂ ଦକ୍ଷିଣ ଆଫ୍ରିକାରୁ ୨୦ଟି ଚିତାବାଘ ଅଣାଯାଇ ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଛଡ଼ା ଯାଇଥିଲା। ତେବେ ପୂର୍ବରୁ ନାମିବ୍ୟାରୁ ଅଣାଯାଇଥିବା ଦୁଇଟି ଚିତାଙ୍କର ମୃତ୍ୟୁ ହୋଇଯାଇଥିଲା, ଆଉ ଏହାକୁ ମିଶାଇ ବର୍ତ୍ତମାନ ପର୍ଯ୍ୟନ୍ତ କୁନୋ ଜାତୀୟ ଉଦ୍ୟାନରେ ସମୁଦାୟ ତିନିଟି ଚିତାଙ୍କର ମୃତ୍ୟୁ ହୋଇଛି।
Powered by Froala Editor