୨୩ ଯାଏ ବଢ଼ିଲା ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି
ମଦ ନୀତି ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିଚାର ବିଭାଗୀୟ ହେପାଜତ ଅବଧି ଆସନ୍ତା ମେ ୨୩ ଯାଏ ବଢ଼ାଇଛନ୍ତି ଦିଲ୍ଲୀ ରାଉସ ଆଭେନ୍ୟୁ କୋର୍ଟ । ଏହା ସହିତ କୋର୍ଟ ମନୀଷ ସିସୋଦିଆଙ୍କ ଚାର୍ଜଶିଟର ଏକ ଇ-କପି ଦେବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)କୁ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ମଦ ନୀତି ମାମଲାରେ ୧୨ଜଣଙ୍କୁ ଗିରଫ କରିସାରିଛି ଇଡି । ସିସୋଦିଆଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତ ମାର୍ଚ୍ଚ ୯ ତାରିଖରେ ଗିରଫ କରିଥିଲା। ବର୍ତ୍ତମାନ ସିସୋଦିଆ ତିହାଡ଼ ଜେଲରେ ବିଚାର ବିଭାଗୀୟ ହେପାଜତରେ ରହିଛନ୍ତି । ଗିରଫ ହେବା ପରେ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ ଅନ୍ୟାନ୍ୟ ପଦପଦବୀ ତ୍ୟାଗ କରିଥିଲେ ।
ସୂଚନାଯୋଗ୍ୟ, ମଦ ଦୁର୍ନୀତି ମାମଲାରେ ଇଡିର ନ୍ୟାୟିକ ହେପାଜତ ଶେଷ ହେବା ପରେ ମନୀଷ ସିସୋଦିଆଙ୍କୁ ରୌଜ ଏଭିନ୍ୟୁ କୋର୍ଟରେ ହାଜର କରାଯାଇଥିଲା। ଏଥିସହିତ ମନୀଷ ସିସୋଡିଆଙ୍କ ବିରୋଧରେ ଦାଖଲ ହୋଇଥିବା ସପ୍ଲିମେଣ୍ଟାରୀ ଚାର୍ଜଶିଟର ସୂଚନା ଗ୍ରହଣ କରି ଶୁଣାଣି ମେ’ ୧୦ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
Powered by Froala Editor