ମାରଣାସ୍ତ୍ରରେ କାଟି ପକାଇଲା ନାବାଳିକାର ତଣ୍ଟି
ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠ କୁଇଓ ଗ୍ରାମରେ ଜଣେ ନାବାଳିକାର ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ନାବାଳିକା ହେଲେ ଭାଗିରଥି ସାହୁଙ୍କ ୧୨ ବର୍ଷୀୟ ଝିଅ ଖୁସି ସାହୁ । ତାଙ୍କ ପ୍ରକୃତ ଘର ତାଳଚେର ଡଅଁରାରେ ହୋଇଥିବା ବେଳେ ସେମାନେ କୁଇଓରେ ରହୁଥିଲେ । ଆଜି ନାବାଳିକା ତାଙ୍କ ମା’ଙ୍କ ସହ ଘରେ ଥିଲେ । ହଠାତ୍ ଜଣେ ଯୁବକ ଘରେ ଧସେଇ ପଶିଥିଲା । ନାବାଳିକାଙ୍କ ମା’ଙ୍କୁ ଧକ୍କା ଦେଇଥିଲା । ନାବାଳିକାଙ୍କ ବେକକୁ ଏକ ମାରଣାସ୍ତ୍ରରେ କାଟି ପଳାଇଥିଲା । ନାବାଳିକାଙ୍କୁ ପରିବାର ଲୋକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମାତ୍ର, ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହତ୍ୟାର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଅଭିଯୁକ୍ତ ଏକତରଫା ପ୍ରେମରୁ ଏଭଳି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।
Powered by Froala Editor