ଓଜେଇଇ ପରୀକ୍ଷା ଆଜି, ୧୫ ପର୍ୟ୍ୟନ୍ତ ବିଭିନ୍ନ କୋର୍ସ ପାଇଁ ପରୀକ୍ଷା
ଭୁବନେଶ୍ୱର: ସୋମବାରଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) । ମେ ୧୫ ପର୍ୟ୍ୟନ୍ତ ବିଭିନ୍ନ କୋର୍ସ ପାଇଁ ପରୀକ୍ଷା କରାଯିବ। କମ୍ପ୍ୟୁଟର ବେସ୍ଡ୍ ଟେଷ୍ଟ(ସିବିଟି) ମାଧ୍ୟମରେ ପରୀକ୍ଷା କରାଯିବ । ଓଡ଼ିଶାର ୩୦ଟି ସହରରେ ୪୪ଟି ପରୀକ୍ଷା କେନ୍ଦ୍ର ହୋଇଛି । ରାଜ୍ୟ ବାହାରେ କୋଲକାତା, ପାଟନା ଏବଂ ରାଞ୍ଚିରେ ୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ମୋଟ୍ ୩୩ଟି ସହରର ୪୭ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ।ଆଜି ଲାଟେରାଲ୍ ଏଣ୍ଟ୍ରି ଟେକ୍ନୋଲୋଜି (ଡିପ୍ଲୋମା) ପାଇଁ ପରୀକ୍ଷା ହେବ । ୩ଟି ସିଫ୍ଟରେ ପରୀକ୍ଷା ହେବ । ପ୍ରଥମ ସିଫ୍ଟ ସକାଳ ୯ରୁ ୧୧ଟା । ଦ୍ୱିତୀୟ ସିଫ୍ଟ ସାଢ଼େ ୧୨ଟାରୁ ୨.୩୦ । ତୃତୀୟ ସିଫ୍ଟ ଅପରାହ୍ନ ସାଢ଼େ ୪ଟାରୁ ସଂଧ୍ୟା ସାଢ଼େ ୬ଟା ପର୍ୟ୍ୟନ୍ତ ହେବ ।ସୂଚନା ଅନୁଯାୟୀ, ଚଳିତ ବର୍ଷ ୫୫ହଜାର ୯୭୯ଜଣ ପରୀକ୍ଷାର୍ଥୀ ଓଜେଇଇ ପରୀକ୍ଷା ଦେବେ ।
Powered by Froala Editor