ରାହୁଲଙ୍କ ଭିନ୍ନ ଶୈଳୀ : ଡେଲିଭରୀ ବୟ ସହିତ ସ୍କୁଟରରେ ବସି ପ୍ରଚାର

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳ ନିଜର ଶେଷ ଶକ୍ତି ଲଗାଉଛନ୍ତି। ନିର୍ବାଚନ ପାଇଁ ସମସ୍ତ ଦଳର ବରିଷ୍ଠ ନେତାଗଣ ଜୋରଦାର ପ୍ରଚାର ଚଳାଇଛନ୍ତି। ଏହି କ୍ରମରେ ରାହୁଲ ଗାନ୍ଧି ବି ପଛରେ ନାହାନ୍ତି। ସେ ଏକ ଭିନ୍ନ ଶୈଳୀରେ ପ୍ରଚାର କରୁଛନ୍ତି। ତାଙ୍କ ପ୍ରଚାର ଶୈଳୀର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
କଂଗ୍ରେସ ନେତା ରାହୁଲ ବେଙ୍ଗାଲୁରୁରେ ଜଣେ ଡେଲିଭରୀ ବୟ ସହିତ ଏକ ସ୍କୁଟରରେ ବସି ନିର୍ବାଚନ ପ୍ରଚାର କରିଛନ୍ତି। ସେ ଡେଲିଭରୀ ବୟ ସହିତ ପ୍ରାୟ ୨ କିଲୋମିଟର ପର୍ଯ୍ୟନ୍ତ ସ୍କୁଟରରେ ବସି ପ୍ରଚାର କରିଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳୁଛି ସେ ସ୍କୁଟର ପଛରେ ବସିଛନ୍ତି ଏବଂ ହେଲମେଟ ପିନ୍ଧିିଛନ୍ତି।
ଅନ୍ୟପକ୍ଷରେ ଶନିବାର ଦିନ କର୍ଣ୍ଣାଟକର ବେଙ୍ଗାଲୁରୁରେ ୩ଘଣ୍ଟିଆ ବିଶାଳ ରୋଡ୍ ସୋ’ ପରେ ରବିବାର ଗୋଟାଏ ଭିନ୍ନ ରାସ୍ତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପେକ୍ଷାକୃତ ଛୋଟ ରୋଡ୍ ସୋ’ରେ ବାହାରିଛନ୍ତି।
Powered by Froala Editor