ଏହା କରନ୍ତୁ, ପଚିବନି ଆଳୁ ପିଆଜ
ଗରମରୁ ଆଳୁ ପିଆଜ ପଚିଯାଉଛି କି? ତାହେଲେ ଏହା କରନ୍ତୁ ।
ଖରାଦିନରେ ତାପମାତ୍ରା ଅଧକ ଥିବାରୁ ପନିପରିବା, ଫଳ ଆଦି ଶୀଘ୍ର ଖରାପ ହୋଇଯାଇଥାଏ । ଟିକେ ଅସାବଧାନ ହେଲେ ଅତ୍ୟଧିକ ପଚିଯାଏ ଓ ଶୁଖିଯାଏ । ଏଥିରୁ ରକ୍ଷା ପାଇବା ପାଇଁ ଅନେକ ଲୋକ ଫ୍ରିଜର ବ୍ୟବହାର କରିଥାନ୍ତି । କିନ୍ତୁ ଯେଉଁମାନଙ୍କର ଫ୍ରିଜ ନଥାଏ ସେମାନେ ପରିବା ବାହାରେ ରଖିବାକୁ ବାଧ୍ୟ ହୋଇଥାନ୍ତି । ଏହି କାରଣରୁ ଆଳୁରେ ବେଳେ ବେଳେ ଏକ ସବୁଜ ଗଣ୍ଠି ପଡିଯାଏ । କନ୍ତୁ ଆପଣ ଚାହିଁଲେ ଫ୍ରିଜ ନଥାଇ ବି ପନିପରିବାକୁ ବି ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିପାରିବେ ।
କିପରି ରଖିବେ?
-ଆଳୁକୁ ଏକ କାଗଜରେ ଗୁଡାଇ ଏକ ଅନ୍ଧାରୁଆ ଓ ଥଣ୍ଡା ସ୍ଥାନରେ ରଖନ୍ତୁ ।
-ଯଦି ଆଳୁ ଉପରେ କିଛିଟା ଭିଜା ଭିଜା ଲାଗୁିଥାଏ ତେବେ ଭଲ ଭାବେ ପୋଛି ଦିଅନ୍ତୁ ।
-ଆଳୁ ଗୁଡିକୁ ସୁତା କପଡାରେ ଗୁଡାଇ ରଖିପାରିବେ ।
-ଆଳୁ ଏବଂ ପିଆଜକୁ ଗରମ ସ୍ଥାନରେ ରଖିବା ଦ୍ୱାରା ଆଳୁ ଏବଂ ପିଆଜ ଅଙ୍କୁରିତ ହୋଇଯାଏ ।
-ପିଆଜକୁ ପବନ ଯିବା ଆସିବା କରିବା ସ୍ଥାନରେ ରଖନ୍ତୁ ଯେମିତି ଏଥିରେ ଫିମ୍ପି ନଲାଗିବ ।
-ଏହି ଦୁଇ ପରିବାକୁ ଯଥା ସମ୍ଭବ ଅନ୍ୟ ପରିବାଠୁ ଦୂରେଇ ରଖନ୍ତୁ ।
Powered by Froala Editor