ନାଳରେ କିଏ ଭସାଇଦେଲା ୧୦୦ ଟଙ୍କିଆ ନୋଟ୍ ବିଡା?

ବିହାରର ମୁଫସ୍ସିଲ ଥାନା ଅଧୀନ ମୁରାଦାବାଦ ନିକଟରେ ଥିବା ଏକ ନାଳରେ ବିଡ଼ା ବିଡ଼ା ଟଙ୍କା ଭାସୁଥିଲା। ଏହି ସୂଚନା ମିଳିବା ମାତ୍ରେ ନାଳକୁ ଶହଶହ ଲୋକ ଡେଇଁ ପଡ଼ି ଟଙ୍କା ଗୋଟାଇବାକୁ ଲାଗିଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଥିବା ଦୃଶ୍ୟକୁ ଦେଖି ଲୋକେ ପ୍ରଶ୍ନ କରିଛନ୍ତି କି, ଏହି ଟଙ୍କା କେଉଁଠାରୁ ଆସିଲା? କିଏ ଏହି ଟଙ୍କାକୁ ନଳାରେ ଭସାଇ ଦେଲା? ଏହି ଟଙ୍କା ଅସଲି ନା ନକଲି?
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ସ୍ଥାନକୁ ସିଜ କରି ଦେଇଥିଲା। ଏଥିସହିତ ପୁଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି। ତେବେ ପାଣିରେ ଭାସୁଥିବା ଟଙ୍କା ମଧ୍ୟରୁ ଅଧିକାଂଶ ୧୦ଟଙ୍କିଆ ଓ ୧୦୦ଟଙ୍କିଆ ବିଡ଼ା ରହିଥିଲା ବୋଲି ଜଣାପଡ଼ିଛି। ଯାଞ୍ଚ ପରେ ହିଁ ଏହି ଘଟଣା ପଛର କାରଣ କ’ଣ ତାହା ଜଣାପଡ଼ିବ।
ନାଳକୁ ଓହ୍ଲାଇ ଟଙ୍କା ଗୋଟାଉଥିବା ଲୋକଙ୍କ ଭିଡିଓକୁ ଘଟଣାସ୍ଥଳରେ ଉପସ୍ଥିତ ଥିବା କେହି ଜଣେ ରେକର୍ଡ କରି ନେଇଥିଲେ। ପରେ ଏହି ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ଭାଇରାଲ ହୋଇଯାଇଛି।
Powered by Froala Editor