ଆଜି ହିଞ୍ଜିଳି ବ୍ଲକର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ ଭି.କେ.ପାଣ୍ଡିଆନ
ବ୍ରହ୍ମପୁର: ଗଞ୍ଜାମ ଗସ୍ତରେ 5-T ସଚିବ ଭି.କେ.ପାଣ୍ଡିଆନ। ସକାଳୁ ବୁରୁପଡ଼ା ପଞ୍ଚାୟତ ମାଁ ଶ୍ୟାମଳାଇଙ୍କ ଦର୍ଶନ କରିବା ସହ ମନ୍ଦିର ସମ୍ପର୍କରେ ସ୍ଥାନୀୟ ଲୋକ,ମନ୍ଦିର ପରିଚାଳନା କମିଟି ଓ ଜନ ପ୍ରତିନିଧିଙ୍କଙ୍କ ସହ ଆଲୋଚନା କରିଛନ୍ତି। ଆଜି ହିଞ୍ଜିଳି ଏବଂ ଶେରଗଡ଼ ବ୍ଲକର ବିଭିନ୍ନ କାର୍ୟ୍ୟକ୍ରମରେ ଯୋଗ ଦେବେ ଭି.କେ.ପାଣ୍ଡିଆନ । ବିଭିନ୍ନ ପ୍ରକଳ୍ପର କାର୍ୟ୍ୟ ସମୀକ୍ଷା କରିବେ । ବିଭିନ୍ନ ଧର୍ମସ୍ଥଳୀର ବିକାଶ ନେଇ କମିଟି ସହ ଆଲୋଚନା କରିବେ । ଏହାସହ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି ।
ଶନିବାର ୫-ଞ ସଚି ଭି.କେ.ପାଣ୍ଡିଆନ ଲକ୍ଷ୍ମୀ-ନୃସିଂହ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି । ଲକ୍ଷ୍ମୀ-ନୃସିଂହଙ୍କ ତ୍ରିଦିନାତ୍ମକ ଯାତ୍ରାର ଶେଷ ଦିନରେ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି ଭି.କେ.ପାଣ୍ଡିଆନ। ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଅନ୍ୟ ପଦସ୍ଥ ଅଧିକାରୀ ମନ୍ଦିରରେ ଉପସ୍ଥିତ ଥିଲେ।
Powered by Froala Editor