ପ୍ରକାଶ ପାଇଲା ଓଏସ୍ଏସ୍ଟିଇଟି ପରୀକ୍ଷା ଫଳ
କଟକ: ଜାନୁଆରୀ ୧୬ରେ ହୋଇଥିବା ଓଡ଼ିଶା ସେକେଣ୍ଡାରୀ ସ୍କୁଲ୍ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି)ର ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ଏହି ପରୀକ୍ଷାର ପ୍ରଥମ ପେପର ଏବଂ ଦ୍ୱିତୀୟ ପେପର ପରୀକ୍ଷା ଫଳ ବୋର୍ଡର ୱେବ୍ସାଇଟ୍ରେ ଅପଲୋଡ୍ କରାଯାଇଛି । ପରୀକ୍ଷାର୍ଥୀମାନେ ଉକ୍ତ ପରୀକ୍ଷା ଫଳ ବୋର୍ଡ ୱେବ୍ସାଇଟ୍ରୁ ପାଇ ପାରିବେ ବୋଲି ସୂଚନା ଦିଆଯାଇଛି । ହାଇସ୍କୁଲ୍ ଶିକ୍ଷକ ଯୋଗ୍ୟତା ଅର୍ଜନ ପାଇଁ ୧୫୦ ମାର୍କ ବିଶିଷ୍ଟ ଏହି ଓଏସ୍ଏସ୍ଟିଇଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ । ଏଥିଲାଗି ସାଧାରଣ ବର୍ଗଙ୍କ ପାଇଁ ୬୮ ନମ୍ବର ଅର୍ଥାତ ୪୫% ମାର୍କ ଧାର୍ୟ୍ୟ ଥିବା ବେଳେ ଏସ୍ସିଏସ୍ଟି ଏବଂ ଦିବ୍ୟାଙ୍ଗଙ୍କ ଲାଗି ୩୫% ମାର୍କ ଯଥା ୫୩ ନମ୍ବର ପାସ୍ ମାର୍କ ଧାର୍ୟ୍ୟ କରାଯାଇଛି । ସୂଚନାଯୋଗ୍ୟ, ଓଏସ୍ଏସ୍ଟିଇଟି-୨୦୨୨ ଲାଗି ରାଜ୍ୟରେ ୫୪ ହଜାର ୪ଶହ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିଲେ ।
Powered by Froala Editor