‘ଦି କେରଲା ଷ୍ଟୋରି’ କୁ ଟ୍ୟାକ୍ସ ଫ୍ରି କଲେ ମଧ୍ୟପ୍ରଦେଶ ସରକାର
‘ଦି କେରଲା ଷ୍ଟୋରି’ ରିଲିଜ୍ ପରେ କେତେକ ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରାଯାଇଛି। ମହାରାଷ୍ଟ୍ରରେ ଫିଲ୍ମ କେରଲା ଷ୍ଟୋରିକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରାଯାଉଥିବାବେଳେ ମଧ୍ୟପ୍ରଦେଶ ସରକାର ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ମୁଖମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଟୁଇଟ ଜରିଆରେ ଏହି ଘୋଷଣା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ଦି କେରଲା ଷ୍ଟୋରି’ ହେଉଛି ଏକ ଏପରି ଫିଲ୍ମ ଯାହା ଆତଙ୍କବାଦର ଭୟାନକ ସତ୍ୟକୁ ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।
‘ଦି କେରଲା ଷ୍ଟୋରି’ ରିଲିଜ ପୂର୍ବରୁ ଅନେକ ରାଜନୈତିକ ଦଳ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକ ଏହାକୁ ବିରୋଧ କରିଥିଲେ । ଫିଲ୍ମକୁ ନିଷେଧାଦେଶ ଦାବି କରିଥିଲେ। କିନ୍ତୁ ଦର୍ଶକ ହଲ୍ରେ ଏହି ଫିଲ୍ମକୁ ଭଲ ରେସପନ୍ସ ଦେଇଛନ୍ତି।
ମହାରାଷ୍ଟ୍ରର ହିନ୍ଦୁ ସକଳ ସମାଜ ଗୋଷ୍ଠୀ କହିଛନ୍ତି ଯେ, ଦି କେରଲା ଷ୍ଟୋରି ଲଭ ଜିହାଦର ସମସ୍ତ ପ୍ରକ୍ରିୟା ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିବ ଏବଂ ହିନ୍ଦୁ ସମାଜର ଝିଅଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ତେଣୁ ଏହି ଫିଲ୍ମ ଟ୍ୟାକ୍ସ ଫ୍ରି ହେବା ଆବଶ୍ୟକ ବୋଲି ଏହି ଗୋଷ୍ଠୀ ଦାବି କରିଛି ।
Powered by Froala Editor