ବଦଳୁଛି ହାଇସ୍କୁଲର ରୂପରେଖ:ଆଜି ୩୨୫ ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ନବୀନ
ଭୁବନେଶ୍ୱର: ରାଜ୍ୟରେ ବଦଳୁଛି ସରକାରୀ ହାଇସ୍କୁଲର ରୂପରେଖ । ଜନସାଧାରଣଙ୍କ ଭାଗିଦାରୀର ପ୍ରକୃଷ୍ଟ ଉଦାହରଣ ହେଉଛି ସ୍କୁଲ ରୂପାନ୍ତର । ରାଜ୍ୟରେ 5T ସ୍କୁଲ ରୂପାନ୍ତରଣ ତୃତୀୟ ପର୍ୟ୍ୟାୟର ପଞ୍ଚମ ଦିନରେ ଆଜି ୫ଟି ଜିଲ୍ଲାର ୩୨୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର ସର୍ବାଧିକ ୧୦୦ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ ହେବ । ସେହିପରି ନବରଙ୍ଗପୁରର ୭୮, ଖୋର୍ଦ୍ଧା ଓ ବରଗଡ଼ ଜିଲ୍ଲାର ୬୨ଟି ଲେଖାଏଁ ଏବଂ ବୌଦ୍ଧର ୨୩ଟି ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ।
Powered by Froala Editor