ଟିଲୁକୁ ୧୦୦ ଥରୁ ଭୁଷି ମାରିଥିଲେ, ସାମ୍ନାକୁ ଆସିଲା ଭିଡିଓ

ଗ୍ୟାଙ୍ଗଷ୍ଟର ଟିଲୁ ତାଜପୂରିୟାକୁ ବିରୋଧୀ ଗୋଷ୍ଠୀର କିଛି ଜଣ ସଦସ୍ୟ କେମିତି ୧୦୦ ଥର ଧାରୁଆ ଅସ୍ତ୍ର ଭୁଷି ହତ୍ୟା କରୁଛନ୍ତି, ତା’ର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପ୍ରଥମ ଭିଡିଓରେ ଯେତେବେଳେ ସୁରକ୍ଷାକର୍ମୀଙ୍କ ଅନୁପସ୍ଥିତିରେ ଅଭିଯୁକ୍ତ ଟିଲୁଙ୍କୁ ଆକ୍ରମଣ କରୁଥିବା ନଜର ଆସିଥିଲା, ଦ୍ୱିତୀୟ ଭିଡିଓରେ ପ୍ରାୟ ୧୦ ଜଣ ସୁରକ୍ଷାକର୍ମୀଙ୍କ ଉପସ୍ଥିତିରେ ଟିଲୁଙ୍କୁ ଆକ୍ରମଣ କରୁଥିବା ନଜର ଆସିଛି।
ମେ’ ୨ ତାରିଖରେ ଟିଲୁର ମୃତ୍ୟୁ ଖବର ସାମ୍ନାକୁ ଆସିଥିଲା। ତା’ ଦେହରେ ପ୍ରାୟ ୧୦୦ଟି କ୍ଷତି ଚିହ୍ନ ରହିଥିଲା। ଏବେ ଏହି କ୍ଷତ ଚିହ୍ନ କେମିତି ହୋଇଥିଲା ଓ ତାକୁ କେମିତି ତଳେ ପକାଇ ଅତ୍ୟନ୍ତ ନିର୍ମମ ଭାବେ ଧାରୁଆ ଅସ୍ତ୍ର ଭୁଷି ବିରୋଧୀ ଗୋଷ୍ଠୀର କିଛି ଜଣ ଆକ୍ରମଣ କରିଥିଲେ, ସେକଥା ସାମ୍ନାକୁ ଆସିଛି।
ଭିଡିଓ ଦେଖିଲେ ଲାଗୁଛି ଯେମିତି ପୋଲିସ ଯବାନ ଓ ଜେଲକର୍ମୀ ଅଭିଯୁକ୍ତିଙ୍କୁ କାବୁ କରିବା ବଦଳରେ ନିଜ ଜୀବନକୁ ଭୟ କରୁଛନ୍ତିି। ଭିଡିଓରେ ସ୍ପଷ୍ଟ ବାରି ହେଉଛି କି ଅଭିଯୁକ୍ତଙ୍କ ଉପରେ କାହାର ନିୟନ୍ତ୍ରଣ ନାହିଁ।
Powered by Froala Editor