ଇସ୍ତଫା ପ୍ରତ୍ୟାହାର କଲେ ଶରଦ ପୱାର
ସବୁ ଅଙ୍କକଷାର ଅନ୍ତଃ ଘଟିଛି। ଏନସିପିର ଅଧ୍ୟକ୍ଷ ପଦରୁ ଇସ୍ତଫା ପ୍ରତ୍ୟାହାର କରିଛନ୍ତି ଶରଦ ପାୱାର । ସଭାପତି ଭାବେ କାର୍ଯ୍ୟ ଜାରି ରଖିବେ । ସେ ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଦଳୀୟ କର୍ମକର୍ତ୍ତା ଓ ନେତାଙ୍କ ଉଦ୍ଦେଶ୍ୟରେ ଘୋଷଣା କରିଛନ୍ତି, “ମୁଁ ଆପଣମାନଙ୍କର ଭାବନାକୁ ଅପମାନିତ କରିପାରିବି ନାହିଁ। ମୁଁ ଭାବପ୍ରବଣ ହୋଇପଡିଛି ଏବଂ ମୋର ନିଷ୍ପତ୍ତି ପ୍ରତ୍ୟାହାର କରୁଛି।”
ଇସ୍ତଫା ଘାଷଣାର ୩ ଦିନ ପରେ ଏନସିପି ମୁଖ୍ୟ ଶରଦ ପାୱାର କହିଛନ୍ତି ଯେ ମେ ୨ରେ ମୁଁ ଏନସିପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲି। ଲାଗୁଥିଲା ମୋର ଅନେକ ବର୍ଷର ସେବା ପରେ ମୋତେ ଅବସର ନେବାକୁ ପଡିବ । ପାୱାର କହିଛନ୍ତି ଯେ ଏହା ପରେ ଏନସିପିର ଅନେକ କର୍ମୀ ଏବଂ ନେତା ଦୁଃଖ ଅନୁଭବ କରିଥିଲେ। ମୋର ଶୁଭେଚ୍ଛୁ ଏବଂ କର୍ମୀମାନେ ମୋତେ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଅନୁରୋଧ କରିଥିଲେ । ଏହା ସହ କର୍ମୀମାନେ ମୋତେ ପୁନର୍ବାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ଅନୁରୋଧ କରିଥିଲେ ।
ମୁଁ ଲୋକମାନଙ୍କ ଭାବନାକୁ କୁଠାରଘାତ କରିପାରିବି ନାହିଁ । ଏହି ସବୁ କଥାକୁ ନେଇ ମୁଁ ଭାବୁକ ହୋଇଯାଇଛି, ସମସ୍ତଙ୍କ ଆହ୍ୱାନ ଏବଂ ଏନସିପିର ବରିଷ୍ଠ ନେତାଙ୍କ କହିବା ପରେ ଏବଂ ସମସ୍ତଙ୍କ ଭାବନାକୁ ସମ୍ମାନ ଦେଇ ମୁଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ଜାତୀୟ ସଭାପତି ପଦରୁ ଇସ୍ତଫା ଦେବାର ନିଜର ନିଷ୍ପତ୍ତି ପ୍ରତ୍ୟାହର କରୁଛି । ମୁଁ ପୁଣିଥରେ ଅଧ୍ୟକ୍ଷ ପଦ ସ୍ୱୀକାର କରୁଛି ।
Powered by Froala Editor