‘ୟାସ’ ପାଇଁ ବାତିଲ ହୋଇଥିଲା, ସମୟ ପୂର୍ବରୁ ସ୍ୱାଭାବିକ ହେଲା ବିମାନ ସେବା
ସାମୁଦ୍ରିକ ଝଡ଼ ‘ୟାସ’କୁ ଦୃଷ୍ଟିରେ ରଖି ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗତକାଲି ସନ୍ଧ୍ୟାରୁ ସମସ୍ତ ବିମାନ ସେବାକୁ ବାତିଲ କରାଯାଇଥିଲା । ବିମାନ ବନ୍ଦର କର୍ତ୍ତୃପକ୍ଷ ଗତକାଲିି ରାତି ୧୧ଟାରୁ ୨୭ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଭୁବନେଶ୍ୱର ବିମାନ ବନ୍ଦରରୁ ସମସ୍ତ ବିମାନ ସେବାକୁ ବାତିଲ କରିଥିଲେ । ତେବେ ବାତ୍ୟା ‘ୟାସ’ ଏବେ ଝାଡ଼ଖଣ୍ଡ ଅତିକ୍ରମ କରୁଥିବାରୁ ବିମାନ ସେବାକୁ ପୁଣିଥରେ ସ୍ୱାଭାବିକ କରାଯାଇଛି। ବାତ୍ୟା ଯୋଗୁ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକ ଆଦି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇନି କିମ୍ବା ପ୍ରଭାବ ସେତେବେଶୀ ଅନୁଭୂତ ହୋଇନି। ତେଣୁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ ଆଜି ସନ୍ଧ୍ୟା ୭ଟାରୁ ଏହାକୁ ପୁଣିଥରେ ସ୍ୱାଭାବିକ କରିଛନ୍ତି। ଟ୍ୱିଟ୍ ଯୋଗେ ଏହି ସୂଚନା ଦେଇ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ, ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଚଳପ୍ରଚଳ ବନ୍ଦ ପାଇଁ ଗତକାଲି ନିଆଯାଇଥିବା ନିଷ୍ପତ୍ତିକୁ ଆଜି ପ୍ରତ୍ୟାହାର କରିନିଆଯାଇଛି।
Powered by Froala Editor