Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, August 02, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ...

  • ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ...

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ...

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ...

  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ...

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ...

  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ ...

  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

ରାଜ୍ୟ
Home ›› ରାଜ୍ୟ ››ବାତ୍ୟା ଚିନ୍ତା: ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ କୌଣସି ଅଧିକାରୀ

ବାତ୍ୟା ଚିନ୍ତା: ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ କୌଣସି ଅଧିକାରୀ

2023-05-05 08:51:26
15320
Share:
Facebook
Twitter
E-Mail
WhatsApp
Telegram
ବାତ୍ୟା ଚିନ୍ତା: ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ କୌଣସି ଅଧିକାରୀ

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ମୋଚା’ର ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତି ଆରମ୍ଭ କରିଛି। ଆଜି ଏ ନେଇ ବିଏମ୍‌ସି ଏକାମ୍ର ହଲ୍‌ରେ ବସିଥିବା ଏକ ପ୍ରସ୍ତୁତି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବୈଠକରେ ଅଧ୍ୟକ୍ଷତା କରିବା ଅବସରରେ ମେୟର ସୁଲୋଚନା ଦାସ ‘ଜିରୋ କାଜୁଆଲିଟି’ ଉପରେ ଗୁରୁତ୍ବାରୋପ କରିଛନ୍ତି। ପ୍ରତ୍ୟେକ ଜୋନ୍‌ ଓ ମୁଖ୍ୟାଳୟରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତା’ ସହିତ କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ମୁଖ୍ୟାଳୟ ଛାଡ଼ି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ୱାର୍ଡସ୍ତରରେ ମଧ୍ୟ ବୈଠକ କରି ପ୍ରସ୍ତୁତ ରହିବାକୁ କୁହାଯାଇଛି। ବାତ୍ୟା ସଂପର୍କରେ ସୂଚନା ପ୍ରଦାନ ପାଇଁ ବିଏମ୍‌ସି ମୁଖ୍ୟାଳୟର ଟୋଲ ଫ୍ରି ନମ୍ବର ୧୯୨୯ ସେବାରେ ଅଧିକ ତିନିଜଣଙ୍କୁ ଦାୟିତ୍ୱ ଦିଆଯାଇଛି। ଜୋନ୍‌ ଅଫିସଗୁଡିକରେ ସ୍ୱତନ୍ତ୍ର ହ୍ୱାଟ୍‌ସଆପ୍ ନମ୍ବର ଜାରି କରାଯିବ।

ଆସନ୍ତା ୧୦ ଦିନ ଯାଏଁ ଏ ସବୁ ପ୍ରସ୍ତୁତ ରହିବ। ହ୍ୱାଟ୍‌ସଆପ୍ ନମ୍ବର ଜାରି ହେବା ପର୍ଯ୍ୟନ୍ତ ୧୯୨୯କୁ କଲ୍‌ କରିବାକୁ କୁହାଯାଇଛି। ବିପଦସଂକୁଳ ଅବସ୍ଥାରେ ରହିଥିବା କୋଠାଘର, ଗଛ, ବିଦ୍ୟୁତ୍‌ଖୁଣ୍ଟ, ତଳିଆ ଅଞ୍ଚଳରେ ଥିବା କଚ୍ଚା ଘର ଓ ଜଳମଗ୍ନ ହେଉଥିବା ବସ୍ତିଗୁଡିକୁ ଚିହ୍ନଟ କରିବାକୁ କୁହାଯାଇଛି। ଘରୋଇ ଓ ବିଏମ୍‌ସି କଲ୍ୟାଣ ମଣ୍ଡପ, ବିଦ୍ୟାଳୟ, କମ୍ୟୁନିଟି ସେଣ୍ଟରଗୁଡିକୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ଏଣୁ ଏ ସବୁ ଯାଞ୍ଚ କରିବାକୁ କୁହାଯାଇଛି। ସେଠାରେ ପାଇଖାନା, ପାନୀୟ ଜଳ, ଜେନେରେଟର, ଶୁଖିଲା ଖାଦ୍ୟ, ଔଷଧ ଆଦି ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ପରେ ରାସ୍ତାଉପରେ ପଡ଼ିଥିବା ଗଛଗୁଡିକୁ କାଟିବା ପାଇଁ ଆବଶ୍ୟକ କଟର, ଗାଡ଼ି ଇତ୍ୟାଦି ପ୍ରସ୍ତୁତ ରଖିବା ସହ ଅଗ୍ନିଶମ କର୍ମଚାରୀମାନେ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି। ବିଏମ୍‌ସି ପ୍ରସ୍ତୁତ ରହିଛି, କେହି ଭୟଭୀତ ହୁଅନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ମେୟର ଶ୍ରୀମତୀ ଦାସ ଅନୁରୋଧ କରିଛନ୍ତି। ବାତ୍ୟା ପୂର୍ବରୁ, ବାତ୍ୟା ସମୟରେ ଓ ବାତ୍ୟା ପରେ ତିନିଟି ସ୍ତରରେ ମୁକାବିଲା ପାଇଁ ବିଏମ୍‌ସି ପ୍ରସ୍ତୁତ ଥିବା କମିସନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି।

ଲୋକମାନଙ୍କୁ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା, ବାତ୍ୟା ସମୟରେ ଖାଦ୍ୟପେୟ ଓ ଔଷଧ ଯୋଗାଇବା, ବତ୍ୟା ପରେ ରାସ୍ତାରେ ପଡ଼ିଥିବା ଗଛଗୁଡିକୁ କାଟିବା ସହ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରମୁଖ ଡ୍ରେନ ଜାଲି ସଫେଇ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଅଗ୍ନିଶମ ବିଭାଗ ଗଛକଟା ମେସିନ ଓ ଗାଡ଼ି ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆବଶ୍ୟକ ପାଣିଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ୱାଟ୍‌କୋକୁ କୁହାଯାଇଛି। ପ୍ରସ୍ତୁତି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ସମସ୍ତ କର୍ପୋରେଟର, ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଡେପୁଟି କମିସନର ଅଶୋକ କୁମାର ଲେଙ୍କା ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

Powered by Froala Editor

Tags cyclone

Related articles Odisha News Lens 4.1

  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ
    ଦେଶ-ଦେଶାନ୍ତର

    ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14604
    Aug 01, 2026
  • ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ
    ଦେଶ-ଦେଶାନ୍ତର

    ପ୍ରଧାନମନ୍ତ୍ରୀଙ୍କୁ ଏମିତି କହିଲେ ଅଭିନେତା ସୁଦେଶ ବେରୀ

    15305
    Aug 01, 2026
  •  ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା
    ଦେଶ-ଦେଶାନ୍ତର

    ଦିଲ୍ଲୀରେ ମୃଦୁ ଭୂମିକମ୍ପ ଝଟକା

    13475
    Aug 02, 2026
  • ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର
    ଦେଶ-ଦେଶାନ୍ତର

    ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14928
    Aug 01, 2026
  • ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ
    ଦେଶ-ଦେଶାନ୍ତର

    ପେପର ଲିକ୍ ବିରୋଧୀ ଆଇନରେ ସଂଶୋଧନ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    13466
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ
    ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14494
    Jul 31, 2026
  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...
    ବାଣିଜ୍ୟ

    ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ...

    13949
    Aug 01, 2026
  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...
    ବାଣିଜ୍ୟ

    ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ...

    14217
    Jul 31, 2026
  • ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ
    ଦେଶ-ଦେଶାନ୍ତର

    ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଯୋଗେ ଜୀବନ୍ତ ମାନବ ହୃତପିଣ୍ଡ ସଫଳତାର ସହ ପରିବହନ

    14746
    Aug 02, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଅଗଷ୍ଟ ପହିଲାରୁ ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଦର

    14928
    Aug 01, 2026
  • ବିଶେଷ

    ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14494
    Jul 31, 2026
  • ବିଶେଷ

    ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15551
    Aug 02, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17012
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17618
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17670
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18072
    Sep 06, 2023

ବିଶେଷ

  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15551
    Aug 02, 2026
  • ମଧୁମେହ ରୋଗୀ କଞ୍ଚା କଳଦୀ ଖାଇବା ଲାଭଦାୟକ

    14494
    Jul 31, 2026
  • ଥଣ୍ଡା ପାଗରେ କେଉଁ ଖାଦ୍ୟ ଖାଇବେ ଜାଣନ୍ତୁ.....

    14375
    Jul 28, 2026
  • ଶୋଇବାର କେତେ ସମୟ ପୂର୍ବରୁ ପିଇବେ ପାଣି ଜାଣନ୍ତୁ.....

    15997
    Jul 27, 2026
  • କଞ୍ଚା ପିଆଜ ଖାଇବା ଠାରୁ ଦୂରେଇ ରୁହନ୍ତୁ ଗର୍ଭବତୀ ମହିଳା

    15883
    Jul 25, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

ବେଦାନ୍ତ ଆଲୁମିନିୟମର ତୀରନ୍ଦାଜୀ ତାଲିମ କାର୍ଯ୍ୟକ୍ରମରେ କ୍ଷୀରୋଦ କୁମାର ଏବଂ ଓଙ୍କାର ମାଝୀ ଗତ ଚାରି ବର୍ଷ ଧରି ପ୍ରଶିକ୍ଷଣ ନେଉଛନ୍ତି

ଭୁବନେଶ୍ୱର 01.08.2026: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ ...

  • ଏକ୍ଜିମ ବ୍ୟାଙ୍କ ଭୁବନେଶ୍ୱରରେ ଆଞ୍ଚଳିକ କାର୍ଯ୍ୟାଳୟ ସ୍ଥାପନ କରିବ, ଓଡ଼ିଶାର ରପ୍ତାନିକାରୀଙ୍କ ସହିତ ନିଜର ନିୟୋଜନତାକୁ ଗଭୀର କରିବ

    14217
    Jul 31, 2026
  • ବେଦାନ୍ତ ଆଲୁମିନିୟମ କୋଇଲା ଖଣି ଝାରସୁଗୁଡା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଦିବ୍ୟାଙ୍ଗଙ୍କ ପାଇଁ ସହାୟତାକୁ ବ୍ୟାପକ କରିଛି

    14246
    Jul 29, 2026
  • କ୍ରମ୍ପଟନ ପମ୍ପ୍‌ସ୍‌ ରଥ ଯାତ୍ରାରେ ‘ବିଶ୍ୱସନୀୟ ପ୍ରଦର୍ଶନ’ ବାର୍ତ୍ତାକୁ ନୂଆ ରୂପରେ ଉପସ୍ଥାପନ କଲା

    15032
    Jul 28, 2026
  • ଫିକା ପଡିବ ସୁନାର ଚମକ

    14133
    Jul 27, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବେଦାନ୍ତ ଆଲୁମିନିୟମ ସମର୍ଥିତ ଯୁବ ତୀରନ୍ଦାଜ ୩ଟି ସ୍ୱର୍ଣ୍ଣ ପଦକ ଜିତିବା ସହିତ ସିବିଏସ୍ଇ ଜାତୀୟ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି

    13949
    Aug 01, 2026
  • ଏହି ୫ ଅଭ୍ୟାସ କରନ୍ତୁ, ସତେଜ ରହିବ ଆପଣଙ୍କ ଚର୍ମ ଏବଂ ଶରୀର

    15551
    Aug 02, 2026
  • ଆତଙ୍କବାଦୀ ଆକ୍ରମଣରେ ଚାଲିଗଲା ୨ ଶ୍ରମିକଙ୍କ ଜୀବନ

    14604
    Aug 01, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In