ବାତ୍ୟା ପ୍ରଭାବିତଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ : ୭ ଦିନ ଯାଏଁ ମିଳିବ ରିଲିଫ୍

ବାତ୍ୟା ପ୍ରଭାବିତଙ୍କ ପାଇଁ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା ।ବୈଠକରେ ବାତ୍ୟା ପ୍ରଭାବିତଙ୍କୁ ୭ଦିନ ପର୍ଯ୍ୟନ୍ତ ରିଲିଫ ଦିଆଯିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବାତ୍ୟା ପ୍ରଭାବିତଙ୍କ ୧୨୮ଟି ପ୍ରଭାବିତ ଗାଁଲୋକଙ୍କୁ ୭ଦିନ ଯାଏଁ ରିଲିଫ ମିଳିବ। ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ମୁଖ୍ୟ ରାସ୍ତାକୁ ୨୪ଘଣ୍ଟା ମଧ୍ୟରେ ମରାମତି କରାଯିବ। ୨୪ ଘଣ୍ଟା ମଧ୍ୟରେ ୮୦% ବିଦ୍ୟୁତ ଯୋଗାଣ ସ୍ବାଭାବିକ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ଏହାସହିତ ବାତ୍ୟା ପାଇଁ ଯେଉଁ ଲୋକମାନଙ୍କୁ ସ୍ଥାନାନ୍ତର କରାଯାଇ ଆଶ୍ରୟସ୍ଥଳୀରେ ରଖାଯାଇଥିଲା, ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଆଶ୍ରୟସ୍ଥଳୀରେ କୋଭିଡ୍ ଗାଇଡଲାଇନ୍ ପାଳନ ହେଉଥିଲେ ମଧ୍ୟ କାଳେ କୌଣସି ସଂକ୍ରମଣ ଆଶଙ୍କା ଥିବ ସେଥିପାଇଁ ଘରକୁ ଘର ବୁଲି ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ମଧ୍ୟ ବାତ୍ୟାର ସଫଳ ମୁକାବିଲା ଓ ଲୋକଙ୍କ ସ୍ଥାନାନ୍ତର ପାଇଁ ସମସ୍ତ ପଂଚାୟତ ପ୍ରତିନିଧି, ଜିଲ୍ଲା ପ୍ରଶାସନ, ପୁଲିସ, ପଞ୍ଚାୟତ ପ୍ରତିନିଧି ଓ ଅନ୍ୟମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତଥା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ପ୍ରଭାବିତ ଜିଲ୍ଲାରେ ସେବା ଯୋଗାଇ ଥିବାରୁ ଧନ୍ୟବାଦ ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ସନ୍ଧ୍ୟାରେ ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ଏସଆରସି ପ୍ରଦୀପ କୁମାର ଜେନାଙ୍କ ସହ ବାତ୍ୟା ପରବର୍ତ୍ତୀ ସ୍ଥିତିର ସମୀକ୍ଷା କରୁଥିଲେ।
Powered by Froala Editor