Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, May 14, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

  • ବଢ଼ିପାରେ ତେଲ ଦର

  • ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କଲେ ...

  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର ...

  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ...

  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ...

  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ...

  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ...

ରାଜ୍ୟ
Home ›› ରାଜ୍ୟ ››୬ ରେ ଘୂର୍ଣ୍ଣିବଳୟ ସୃଷ୍ଟି, ୯ରେ ଲଘୁଚାପ

୬ ରେ ଘୂର୍ଣ୍ଣିବଳୟ ସୃଷ୍ଟି, ୯ରେ ଲଘୁଚାପ

2023-05-03 04:52:54
14551
Share:
Facebook
Twitter
E-Mail
WhatsApp
Telegram
୬ ରେ ଘୂର୍ଣ୍ଣିବଳୟ ସୃଷ୍ଟି, ୯ରେ ଲଘୁଚାପ

ଭୁବନେଶ୍ବର: ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପ୍ରଭାବରେ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହା ବାତ୍ୟା ‌ରୂପ ନେବ କି ନାହିଁ, ସେନେଇ ଆକଳନ କରାଯାଇ ନଥିବା ବିଭାଗ ପକ୍ଷରୁ କୁହାଯାଇଛି।

ସେପଟେ ବାତ୍ୟା ସୃଷ୍ଟି ହେବା ନେଇ ପାଣିପାଗ ଆକଳନକାରୀ ସଂସ୍ଥା ୱିଣ୍ଡିର ଦୁଇଟି ମଡେଲ ପୂର୍ବାନୁମାନ କରିଛନ୍ତି। ମେ’ ୧୨ରୁ ୧୪ ମଧ୍ୟରେ   ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବା ନେଇ ଜିଏଫଏସ୍ ଓ ଇସିଏମ୍‌ଡବ୍ଲ୍ୟୁଏଫ୍ ମଡେଲ୍‌ ଆକଳନ କରିଛନ୍ତି। ମଡେଲ୍‌ଗୁଡ଼ିକର ଆକଳନକୁ ସମୀକ୍ଷା କରି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରୁଛନ୍ତି ଯେ ୬ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବ। ଧୀରେ ଧୀରେ ଅବପାତ ଓ ଗଭୀର ଅବପାତରେ ପରିଣତ ହୋଇ ‌୧୨ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ଅଧିକ। ତେବେ ସମ୍ଭାବ୍ୟ ବାତ୍ୟା ନେଇ ୱିଣ୍ଡିର ମଡେ଼ଲ କିଛି ନିର୍ଦ୍ଦିଷ୍ଟ ଟ୍ରାକ୍ ଦେଇନାହାନ୍ତି। ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ, ତାହା କେଉଁ ଆଡ଼କୁ ଗତି କରିବ, ତାହା ମଧ୍ୟ ସ୍ପଷ୍ଟ କରାଯାଇନାହିଁ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ବିଭିନ୍ନ ମଡେଲ୍‌ରୁ ଜଣାପଡ଼ୁଛି ଯେ ଆସନ୍ତା ୭ ତାରିଖରେ ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଏହା ୮ ତାରିଖ ରାତି ଓ ୯ ତାରିଖ ସକାଳ ସୁଦ୍ଧା ଲଘୁଚାପ, ୧୦ ତାରିଖରେ ବାତ୍ୟାରେ ପରିଣତ ହୋଇପାରେ। ଠିକ୍‌ ସେହି ସମୟରେ, ଘୂର୍ଣ୍ଣବଳୟର ଦକ୍ଷିଣରେ ବିଷୁବରେଖା ତଳେ(ଦକ୍ଷିଣରେ) ଆଉ ଏକ ସିଷ୍ଟମ ସୃଷ୍ଟି ହେତୁ ପ୍ରାରମ୍ଭିକ ତିନି ଦିନ ଅର୍ଥାତ୍‌ ୯ ତାରିଖ ପର୍ଯ୍ୟନ୍ତ ସିଷ୍ଟମ ଶକ୍ତିଶାଳୀ ହେବାରେ ବିଳମ୍ବ ହୋଇପାରେ। ସମ୍ଭାବ୍ୟ ବାତ୍ୟା ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ବିଷୟରେ ଅଧିକ କହିହେବ। ଏଣୁ ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟବାସୀ ଭୟଭୀତ ହେବାର କୌଣସି କାରଣ ନାହିଁ। ମୌସୁମୀ ପୂର୍ବ ସମୟରେ ବାତ୍ୟାର ଠିକ୍‌ ଆକଳନ ଏତେ ପୂର୍ବରୁ କରିବା ସମ୍ଭବ ନୁହେଁ ବୋଲି ଡ. ପଶୁପାଳକ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁଙ୍କ କହିବାନୁଯାୟୀ, ୬ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବା ମଡେଲଗୁଡ଼ିକରୁ ଦେଖିବାକୁ ମିଳୁଛି। କେତେ ଘନୀଭୂତ ହେବ, ସେନେଇ ଏବେ କିଛି କହି ହେବନାହିଁ। ୯ ତାରିଖ ବେଳକୁ ଲଘୁଚାପ ସୃଷ୍ଟି ହୋଇ ପରବର୍ତ୍ତୀ ସମୟରେ ଅବପାତ ଓ ଗଭୀର ଅବପାତ ରୂପ ନେଇପାରେ। ବାତ୍ୟା ହେବ କି ନାହିଁ, ବାତ୍ୟାର ଗତି କୁଆଡ଼େ ରହିବ, ଏବେଠାରୁ ଆକଳନ କରିବା ଠିକ୍‌ ହେବନି। ସିଷ୍ଟମ ଡିପ୍‌ ଡିପ୍ରେସନ୍‌ ହେବା ପରେ ସ୍ପଷ୍ଟ ଜଣାପଡ଼ିବ। ୮/୯ ତାରିଖ ପୂର୍ବରୁ ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ କିଛି ବି କହି ହେବନି। ଆସନ୍ତା ୭ ତାରିଖଠାରୁ ଓଡ଼ିଶାର ତାପମାତ୍ରା ବଢ଼ିବ। କାଳବୈଶାଖୀ ସମ୍ଭାବନା କମ୍‌ ଓ ଆକାଶ ମେଘମୁକ୍ତ ରହିବ। ତେଣୁ ଆସନ୍ତା ୫ ତାରିଖ ଯାଏ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଭିତରେ ରହିବ। ୭ ତାରିଖ ପରେ ତାପମାତ୍ରା ୪୨ ଡିଗ୍ରି ଡେଇଁବାର ସମ୍ଭାବନା ରହିଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ୪ ତାରିଖ ସକାଳ ସୁଦ୍ଧା ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ଗଜପତି, ବାଲେଶ୍ବର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ରହିବ। ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ମେ’ ୫, ୬ ଓ ୭ ତାରିଖରେ ମଧ୍ୟ ଉପକୂଳ ଓଡ଼ିଶା ସମେତ ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ଅଧିକ ରହିଥିବା ନେଇ ଆକଳନ କରାଯାଇଛି। ୪ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।

Powered by Froala Editor

Tags cyclone

Related articles Odisha News Lens 4.1

  • ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ
    ମନୋରଞ୍ଜନ

    ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

    13751
    May 13, 2026
  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ

    13678
    May 13, 2026
  • ବଢ଼ିପାରେ ତେଲ ଦର
    ଦେଶ-ଦେଶାନ୍ତର

    ବଢ଼ିପାରେ ତେଲ ଦର

    14031
    May 13, 2026
  • ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା
    ଦେଶ-ଦେଶାନ୍ତର

    ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

    13814
    May 13, 2026
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...
    ଦେଶ-ଦେଶାନ୍ତର

    ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ...

    14201
    May 12, 2026
  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ
    ଦେଶ-ଦେଶାନ୍ତର

    ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ

    15484
    May 13, 2026
  • ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା
    ଦେଶ-ଦେଶାନ୍ତର

    ୫୦ ପ୍ରତିଶତ ପର୍ଯ୍ୟନ୍ତ ଖସିଲା ପ୍ରଧାନମନ୍ତ୍ରୀଙ୍କ କାରକେଡ ଗାଡ଼ି ସଂଖ୍ୟା

    14440
    May 13, 2026
  • ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା
    ଦେଶ-ଦେଶାନ୍ତର

    ଇନଷ୍ଟାଗ୍ରାମ୍‌ରେ ତ୍ରିଶା କହିଦେଲେ ମନର କଥା

    13936
    May 13, 2026
  • NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ
    ଦେଶ-ଦେଶାନ୍ତର

    NEET UG ପେପର ଲିକ୍ ମାମଲା ସୁପ୍ରିମକୋର୍ଟରେ

    15261
    May 13, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ମନୋରଞ୍ଜନ

    ପରସ୍ପରକୁ ଅନଫଲୋ କଲେ ମୌନି ଏବଂ ସୂରଜ

    13751
    May 13, 2026
  • ଦେଶ-ଦେଶାନ୍ତର

    ସୁନା ୧୪ ହଜାର, ରୁପା ୩୦ ହଜାର ବଢିଲା

    13814
    May 13, 2026
  • ଦେଶ-ଦେଶାନ୍ତର

    ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ...

    14201
    May 12, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17472
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17522
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17880
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16355
    Apr 03, 2021

ବିଶେଷ

  • ଏପରି କଲେ ଜୀବନରେ ମିଳେ ଅନେକ ସଫଳତା

    15735
    May 12, 2026
  • ଏହି ଉପାୟରେ ଖାଆନ୍ତୁ ଖାଦ୍ୟ, ଜୀବନ ହେବ ସୁସ୍ଥ

    16126
    May 09, 2026
  • ଅଧିକ ମୋବାଇଲ୍ ଦେଖୁଥିଲେ ଭୋଗିବେ ଏହି ସମସ୍ୟା

    14568
    May 07, 2026
  • କେମିତି ଦୂର କରିବେ ଟେନ୍‌ସନ୍‌

    15538
    May 05, 2026
  • ଘଣ୍ଟା ଘଣ୍ଟା ଧରି ଏସି ଚାଲିଲେ ହୋଇଥାଏ ଏମିତି ଅସୁବିଧା

    15275
    May 03, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15397
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15137
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15628
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13953
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍‌, ନାଶିକରୁ ଗିରଫ ମୁଖ୍ୟ ଅଭିଯୁକ୍ତ

    15484
    May 13, 2026
  • ୩୮ ବର୍ଷରେ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକଙ୍କ ଦେହାନ୍ତ

    13678
    May 13, 2026
  • ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

    14201
    May 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In