‘ଦ କେରଳ ଷ୍ଟୋରି’ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍କୋର୍ଟ
‘ଦ କେରଳ ଷ୍ଟୋରି’ ଚଳଚ୍ଚିତ୍ର ପ୍ରଦର୍ଶନ ହେଲେ ମହିଳାଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇପାରେ। ତେଣୁ ଏଠାରେ ଏହି ଚଳଚ୍ଚିତ୍ରକୁ ପ୍ରଦର୍ଶନ କରିବା ଉଚିତ ନୁହେଁ ବୋଲି କେରଳ ସରକାର ଆହ୍ବାନ ଦେଇଛନ୍ତି। ଅନ୍ୟପଟେ କେରଳର ଜିହାଦ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ହୋଇଥିବା ଅଣ-ମୁସଲମାନ ଝିଅଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଦି କେରଳ ଷ୍ଟୋରି ଉପରେ ରୋକ ମାମଲା ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରି ଦେଇଛନ୍ତି। ଶୀର୍ଷ ଅଦାଲତ କହିଛନ୍ତି, ସେନ୍ସର ବୋର୍ଡ ଏହି ଚଳଚ୍ଚିତ୍ରକୁ ସବୁଜ ସଙ୍କେତ ଦେଇଛି, ତେଣୁ ଆବେଦନକାରୀ ଏହି ଚଳଚ୍ଚିତ୍ରର ପ୍ରମାଣପତ୍ରକୁ ଚ୍ୟାଲେଞ୍ଜ କରିବା ସହ ସମ୍ପୃକ୍ତ ସଂସ୍ଥାକୁ ଆବେଦନ କରିବା ଉଚିତ।
କେରଳର ପ୍ରାୟ ୩୨ ହଜାର ମହିଳାଙ୍କୁ ପ୍ରଲୋଭିତ କରି ସିରିୟା ଏବଂ ଆଫଗାନିସ୍ତାନରେ ଆତଙ୍କ ଖେଳାଉଥିବା ସଂଗଠନ ଇସଲାମିକ ଷ୍ଟେଟରେ ସାମିଲ କରିବା ଭଳି କାହାଣୀ ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ହୋଇଛି। କିନ୍ତୁ ସରକାରୀ ରେକର୍ଡରେ ସେଭଳି କିଛି ତଥ୍ୟ ନଥିବାବେଳେ ଏଭଳି ଗୁଜବ କାହାଣୀ ଅଶାନ୍ତି ସୃଷ୍ଟି କରିବ ବୋଲି କେରଳ ସରକାର କହିଛନ୍ତି।
ୟୁନାଇଟେଡ ଡେମୋକ୍ରେଟିକ ଫ୍ରଣ୍ଟ ଓ କଂଗ୍ରେସ ପକ୍ଷରୁ ବି ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ କରାଯାଇଛି। ତେବେ ସିନେମା ହଲ ମାଲିକମାନଙ୍କ ସଂଗଠନ (ଫିଲ୍ମ ଏକ୍ସିବିଟରସ ୟୁନାଇଟେଡ ଅର୍ଗାନାଇଜେସନ ଅଫ କେରଳ) ଫ୍ୟୁକ ପକ୍ଷରୁ କୁହାଯାଇଛି ଯେ, ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ଲୋକେ ବ୍ୟଗ୍ର ଅଛନ୍ତି।
Powered by Froala Editor