କାବେରୀ ଅଭିଯାନ : ସୁଦାନରୁ ଫେରିଲେ ଆଉ ୨୨୯ ଭାରତୀୟ
ନୂଆଦିଲ୍ଲୀ : ହିଂସା ପ୍ରଭାବିତ ସୁଦାନରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରୁ ୨୨୯ଜଣଙ୍କୁ ରବିବାର ସ୍ବଦେଶ ଫେରାଇ ଅଣାଯାଇଛି। ସୁଦାନରୁ ଭାରତୀୟଙ୍କୁ ଉଦ୍ଧାର ନିମନ୍ତେ ସରକାର କାବେରୀ ଅଭିଯାନ ଚଳାଇଛନ୍ତି। ଏହି ଅଭିଯାନରେ ସରକାର ବର୍ତ୍ତମାନ ସୁଦ୍ଧା ୧୯୫୪ଜଣଙ୍କୁ ଉଦ୍ଧାର କରି ସ୍ବଦେଶ ଆଣିଛନ୍ତି। ରବିବାର ୨୨୯ଜଣ ଭାରତୀୟ ବେଙ୍ଗାଲୁରୁରେ ପହଞ୍ଚିଥିବା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଟୁଇଟ୍ କରି ଜଣାଇଛନ୍ତି। ଭାରତୀୟଙ୍କୁ ସାଉଦି ଆରବର ଜେଦ୍ଦା ଦେଇ ଭାରତ ଅଣାଯାଉଛି।
Powered by Froala Editor