Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, March 12, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

  • ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ...

  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ...

  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ...

  • ଇନକମିଂ କଲ୍ ବନ୍ଦ କରିବା ସମ୍ପୂର୍ଣ୍ଣ ...

  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ...

  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ...

  • ଏହି ରୋଗୀ ଖାଆନ୍ତୁନି ତରଭୁଜ

  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ...

ରାଜ୍ୟ
Home ›› ରାଜ୍ୟ ››ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ଶ୍ରମିକ

ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ଶ୍ରମିକ

2023-05-01 07:20:58
15001
Share:
Facebook
Twitter
E-Mail
WhatsApp
Telegram
ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ଶ୍ରମିକ

ଭୁବନେଶ୍ୱର : ନିର୍ମାଣ ଶ୍ରମିକଙ୍କୁ ପଞ୍ଜୀକରଣ କରି ରାଜ୍ୟ ସରକାର ବିଭିନ୍ନପ୍ରକାର ସହାୟତା ପ୍ରଦାନ କରୁଥିବାବେଳେ ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଶ୍ରମିକଙ୍କ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ। କରୋନା ମହାମାରୀ ପରେ କେନ୍ଦ୍ର ସରକାର ନିର୍ମାଣ ଶ୍ରମିକ ବାଦ୍ ଅନ୍ୟାନ୍ୟ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ପରିଷଦ ନୀତି ଆଣିଥିବାବେଳେ ରାଜ୍ୟ ସରକାର ଏହି ନୀତିକୁ କାର୍ଯ୍ୟକାରୀ କରିବାରେ ବିଳମ୍ବ କରୁଛନ୍ତି। ଫଳସ୍ବରୂପ ବୁଲା ବିକାଳିଠାରୁ ଆରମ୍ଭ କରି ରିକ୍ସା ଚାଳକଙ୍କ ପର୍ଯ୍ୟନ୍ତ ଶ୍ରମିକମାନେ ପଞ୍ଜିକୃତ ନହୋଇ ପାରିବାରୁ ବିଭିନ୍ନ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ନୀତି କାର୍ଯ୍ୟକାରୀ କରାଗଲେ ନିର୍ମାଣ ଶ୍ରମିକଙ୍କ ପରି ଅନ୍ୟାନ୍ୟ କ୍ଷେତ୍ରରେ କାମ କରୁଥିବା ଲକ୍ଷ ଲକ୍ଷ ଶ୍ରମିକ ଉପକୃତ ହୋଇପା‌ରିବେ। ବିଭିନ୍ନ ସମୟରେ ଅଣ ପଞ୍ଜିକୃତ ଶ୍ରମିକ ବ୍ୟବସ୍ଥା ଭିତରକୁ ଆସିବାକୁ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନଙ୍କ ପାଇଁ ନୀତି ଆଣିବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଉଛନ୍ତି। ନିର୍ମାଣ ଶ୍ରମିକଙ୍କ ପାଇଁ ପାଣ୍ଠିର ବ୍ୟବସ୍ଥା ରହିଛି ଏବଂ ରାଜ୍ୟ
ସରକାର ବଜେଟରେ ଅର୍ଥ ବ୍ୟବସ୍ଥା କରୁଛନ୍ତି; କିନ୍ତୁ ସମ୍ଭାବ୍ୟ ସାମାଜିକ ସୁରକ୍ଷା ପରିଷଦ ନୀତିର ପରିସରଭୁକ୍ତ ହେବାକୁ ଥିବା ଶ୍ରମିକଙ୍କ ପାଇଁ ପାଣ୍ଠିର ବ୍ୟବସ୍ଥା ନାହିଁ। ଏମାନଙ୍କ ପାଇଁ ପାଣ୍ଠି ଏବଂ ବଜେଟରେ ଅର୍ଥ ବ୍ୟବସ୍ଥାର ଆବଶ୍ୟକତା ରହିଛି।
ରାଜ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିୟୋଜନ ଗ୍ୟାରେଣ୍ଟି ଆକ୍ଟ (ଏମଜିଏନଆରଇଜିଏ, ମନରେଗା)ରେ ପୁରୁଷଠାରୁ ମହିଳାଙ୍କ ଶ୍ରମ ଦିବସ ବଢ଼ୁଛି। ଜାତୀୟସ୍ତରରେ ୧୫ଟି ରାଜ୍ୟ ମନରେଗାରେ ମହିଳାଙ୍କ ଶ୍ରମ ଦିବସ ବଢୁଥିବାବେଳେ ତା’ ଭିତରେ ଓଡ଼ିଶା ଅନ୍ତର୍ଭୁକ୍ତ। ଉକ୍ତ ଯୋଜନାରେ ଜାନୁଆରୀ ୧୫ ସୁଦ୍ଧା ମହିଳାଙ୍କ କ୍ଷେତ୍ରରେ ଶ୍ରମ ଦିବସ ୪୭.୮୦%କୁ ବୃଦ୍ଧି ପାଇଛି। ପୁରୁଷଙ୍କ ଶ୍ରମ ଦିବସ ୫୨.୨% ରହିଛି। ଗ୍ରାମାଞ୍ଚଳରେ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେଉଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଏହାକୁ ଗୁରୁତ୍ବ ଦିଆଯାଉ ନାହିଁ। ଆର୍ଥିକ ବର୍ଷ ୨୦୨୩-୨୪ କେନ୍ଦ୍ରୀୟ ବଜେଟରେ ମନରେଗା ଅନୁଦାନ କମୁଛି। କେନ୍ଦ୍ର ସରକାର ୨୦୨୨-୨୩ ବଜେଟରେ ୭୩ହଜାର କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଥିବା ବେଳେ ୨୦୨୩-୨୪ ବଜେଟରେ ୬୦ହଜାର କୋଟି ଟଙ୍କା ଦେଇଛନ୍ତି, ଯାହାକି ଗତବର୍ଷ ବଜେଟ ତୁଳନାରେ ୧୮% କମ। ଶ୍ରମିକଙ୍କୁ ୨୦୦ଦିନ ଶ୍ରମ ଯୋଗାଇ ଦେବାକୁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହୁଥିବାବେଳେ ବଜେଟରେ ଅନୁଦାନ ହ୍ରାସ ଶ୍ରମିକଙ୍କ ପ୍ରତି ପ୍ରତାରଣା। ପଶ୍ଚିମ ଓଡ଼ିଶାର ଦାଦନ ପ୍ରବଣ ଜିଲାରେ କେନ୍ଦ୍ର ସରକାରଙ୍କ ୨୦୦ଦିନ ଏବଂ ରାଜ୍ୟ ସରକାର ଅତିରିକ୍ତ ୧୦୦ଦିନ ଶ୍ରମ ଯୋଗାଇ ଦେବାକୁ କହିଥିଲେ। ରାଜ୍ୟ ସରକାର ଚଳିତ ବଜେଟରେ ମନରେଗା ପାଇଁ ମୋଟାମୋଟି ଭାବେ ୩୩ଶହ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ସରକାରଙ୍କ ଘୋଷଣା ଅନୁସାରେ ଯଦି ଦାଦନପ୍ରବଣ ୮ଜିଲାରେ ଶ୍ରମିକଙ୍କୁ ୩୦୦ଦିନ ଶ୍ରମ ଦିଆଯାଏ ତେବେ ସେମାନେ ଦାଦନ ଖଟିବାକୁ ଯିବେ ନାହିଁ। ବାସ୍ତବରେ ଘୋଷଣା କାର୍ଯ୍ୟକାରୀ ନକରିବା ଏବଂ ଶ୍ରମିକଙ୍କ ବଦଳରେ ଯନ୍ତ୍ର ସାହାଯ୍ୟରେ ମନରେଗା କାମ କରିବା ଦ୍ବାରା ଏମାନେ ଦୈନିକ କାମ ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଯୋଜନା ଗ୍ରାମାଞ୍ଚଳ ଶ୍ରମିକଙ୍କ ଆର୍ଥିକ ପରିବର୍ତ୍ତନ ଆଣୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି।

Powered by Froala Editor

Tags May day

Related articles Odisha News Lens 4.1

  •  ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ
    ଦେଶ-ଦେଶାନ୍ତର

    ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15486
    Mar 12, 2026
  • ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ
    ମନୋରଞ୍ଜନ

    ପ୍ରେମିକ ଫରହାନଙ୍କ ସହ ମୋନାଲିସା କେରଳ ପୁଲିସର ଦ୍ୱାରସ୍ଥ

    13803
    Mar 12, 2026
  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ
    ଦେଶ-ଦେଶାନ୍ତର

    ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14117
    Mar 12, 2026
  • ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ
    ଦେଶ-ଦେଶାନ୍ତର

    ଜଙ୍ଗଲ ନିଆଁକୁ ଆୟତ୍ତ କରିବା ଲାଗି ବାୟୁସେନାର ହେଲିକପ୍ଟର ମୁତୟନ

    14610
    Mar 12, 2026
  • ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ
    ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14501
    Mar 11, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା
    ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13303
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ
    ବିଶେଷ

    ଏହି ରୋଗୀ ଖାଆନ୍ତୁନି ତରଭୁଜ

    13985
    Mar 11, 2026
  • ପେଇଂ ଗେଷ୍ଟଙ୍କୁ  ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି
    ଦେଶ-ଦେଶାନ୍ତର

    ପେଇଂ ଗେଷ୍ଟଙ୍କୁ ଦିନରେ କେବଳ ୨ ଥର ଖାଦ୍ୟ ଦେବାପାଇଁ ନିଷ୍ପତ୍ତି

    15210
    Mar 12, 2026
  • ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ
    ଦେଶ-ଦେଶାନ୍ତର

    ଔଷଧ ଉପରେ ବି ପଡ଼ିଲା ଇରାନ-ଆମେରିକା ଯୁଦ୍ଧର ପ୍ରଭାବ

    14588
    Mar 12, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇଚ୍ଛାମୃତ୍ୟୁକୁ ସୁପ୍ରିମକୋର୍ଟଙ୍କ ଅନୁମତି ପ୍ରଦାନ

    14501
    Mar 11, 2026
  • ବିଶେଷ

    ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13303
    Mar 12, 2026
  • ବିଶେଷ

    ଏହି ରୋଗୀ ଖାଆନ୍ତୁନି ତରଭୁଜ

    13985
    Mar 11, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17365
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17429
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17776
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16249
    Apr 03, 2021

ବିଶେଷ

  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13303
    Mar 12, 2026
  • ଏହି ରୋଗୀ ଖାଆନ୍ତୁନି ତରଭୁଜ

    13985
    Mar 11, 2026
  • ପିଲାଙ୍କ ସୋସିଆଲ ସ୍କିଲ୍‌ ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ.....

    15028
    Mar 08, 2026
  • ଏହି ସ୍ଥାନରେ କଳାଜାଇ ଥିଲେ ଖୋଲେ ପୂର୍ବଜନ୍ମର ରହସ୍ୟ

    14782
    Mar 07, 2026
  • ହଠାତ୍ ଭୋକ ଲାଗିବା ବନ୍ଦ ହେଉଥିଲେ, ହୋଇପାରେ ସାଂଘାତିକ ରୋଗ

    15227
    Mar 05, 2026

ବାଣିଜ୍ୟ

ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ ଏବଂ ସାଇନ୍ସ ଆଣ୍ଡ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ ବିଜ୍ଞାନ ଓ ନବସୃଜନ ସହଯୋଗୀତା ମଜଭୁତ କରିବାକୁ ରଣକୋ÷ଶଳାତ୍ମକ ଏମ୍‌ଓୟୁରେ ସ୍ୱାକ୍ଷର କଲେ

ଭୁବନେଶ୍ୱର: ଦି ୟୁନିଭରସିଟି ଅଫ୍‌ ୱେଷ୍ଟର୍ଣ୍ଣ ଅଷ୍ଟ୍ରେଲିଆ (ୟୁଡବ୍ଲୁ୍ଏ) ଏବଂ ସାଇନ୍ସ ଆଣ୍ଡ୍‌ ଟେକ୍‌ନୋଲୋଜି (ଏସ୍‌ ଆଣ୍ଡ ଟି) କ୍ଲଷ୍ଟର୍ସ (ଅଫିସ ଅଫ୍‌ ଦି ପ୍ରିନସିପାଲ ସାଇଣ୍ଟିଫିକ ...

  • ନିଭାୟେଙ୍ଗେ ଅଲୱେଜ: ଖିମଜୀ ଜୁଏଲର୍ସ ପକ୍ଷରୁ ଚିରକାଳ ପ୍ରତିଶ୍ରୁତିର ଉତ୍ସବ ପାଳନ

    15674
    Feb 23, 2026
  • ୧ ଏପ୍ରିଲରୁ ନୂତନ ଆୟକର ଆଇନ

    15134
    Feb 09, 2026
  • ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ, ୨୦୨୩ ଅଧୀନରେ ଋୟାଲ ଆର୍କେଡ, ଭୁବନେଶ୍ୱର ଏକ ମାନଦଣ୍ଡ ସ୍ଥାପନ କଲା

    14984
    Feb 08, 2026
  • ଭୁଶୁଡିଲା ସେୟାର ମାର୍କେଟ

    14497
    Feb 01, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଥକାଲି ଶ୍ରୀନିବାସନଙ୍କ ଦେହାନ୍ତ

    14117
    Mar 12, 2026
  • ସପ୍ତାହରେ ତିନିରୁ ଚାରି ଥର ପିଅନ୍ତୁ ଚା

    13303
    Mar 12, 2026
  • ମୋଦୀଙ୍କ ପରାମର୍ଶ: ରନ୍ଧନ ଗ୍ୟାସ ଅଭାବକୁ ନେଇ କୌଣସି ପ୍ରକାର ଆତଙ୍କିତ ହେବାର ନାହିଁ

    15486
    Mar 12, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In